ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସ୍ୱାଧିନତାର ଅମୃତ୍‍ ମହୋତ୍ସବ

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଲଇଡା ଠାରେ ଥିବା ସେସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଆଜି ସ୍ୱାଧିନତା ପ୍ରାପ୍ତି ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ଲଇଡା ବସଷ୍ଟାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତମାତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ଧୁପ, ଦୀପ ପ୍ରଜ୍ୱଳନ କରାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା। ପୂର୍ବରୁ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଏବଂ ଗୁରୁଜୀଗୁରୁମାମାନେ ତ୍ରିରଙ୍ଗା ପତାକା ଧରି ଏକ ଶୋଭାଯାତ୍ରାରେ ଆସି ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ସରୋଜ ପୂଜାରୀ, ଜୟନରାୟଣ ନାଏକ, ଶିଶୁ ମନ୍ଦିର ପରିଚାଳନା କମିଟୀର ସମ୍ପାଦକ ଭବାନୀ ଶଙ୍କର ଭୋଇ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କଟରୀ ଏବଂ ମାତୃଭାରତୀର ସଭ୍ୟାମାନେ ଉପସ୍ଥିତ ଥିଲେ। ଗୁରୁମା ଅଞ୍ଜଳି ବେହେରାଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ବନ୍ଦେ ମାତରମ୍‍ ଗୀତ ପରିବେଷଣ କରିଥିଲେ। ଆଚାର୍ଯ୍ୟ ରମେଶ କାହାଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.