ଆଜାଦି କି ଅମୃତ୍‍ ମହୋତ୍ସବ ଏବଂ ସ୍ୱଚ୍ଛତା ପକ୍ଷ ପାଳନ

ରେଙ୍ଗାଲି: ରେଙ୍ଗାଲି ସ୍ଥିତ ସୁରଜ୍‍ମଲ୍‍ ମହାବିଦ୍ୟାଳୟରେ ଆଜି ଅଜାଦି କି ଅମୃତ୍‍ ମହୋତ୍ସବ ଏବଂ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅମୃତ୍‍ ମହୋତ୍ସବ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ଏବଂ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ପତାକା ଧରି ହର୍‍ ଘର୍‍ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ଝୁରିପଡ଼ା ଗ୍ରାମ ପରିକ୍ରମା କରିଥିଲେ। ଠିକ୍‍ ସେହିପରି ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ମହାବିଦ୍ୟାଳୟର ଅଧ୍ୟାପକଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ମହାବିଦ୍ୟାଳୟ ପରିସର ସଫେଇ କରିଥିଲେ। ଏନ୍‍.ଏସ୍‍.ଏସ୍‍ ସଂଯୋଜକ ଅଧ୍ୟାପକ ଅଜୟ କୁମାର ସାହୁ ଏବଂ ଅଧ୍ୟାପିକା ନନ୍ଦିନୀ ପଧାନ ସ୍ୱଚ୍ଛତା ସମ୍ପର୍କିତ ଶପଥ ପାଠ କରାଯାଇଥିଲେ। ଅଧ୍ୟାପକ ନରେନ୍ଦ୍ର ବେହେରା,ଅଜିତ କୁମାର ନାୟକ,ଓମ୍‍ ପ୍ରକାଶ ଷଢଙ୍ଗୀ, ଚିନ୍ତାମଣି ପସାୟତ, ଅଧ୍ୟାପିକା ଶୀଖା ଶତପଥୀ, ନମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଏବଂ ପରିଚାଳନାରେ ସକ୍ରିୟ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ସୁଜିତ କୁମାର ଷଢଙ୍ଗୀ, ମୁରାରୀ ପ୍ରସାଦ ପଣ୍ଡା, ମାନସ କୁମାର ନାଥ ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.