ଗୁରୁକୂଳ ସ୍କୁଲ ପକ୍ଷରୁ ଚାରା ରୋପଣ

ରେଙ୍ଗାଲି: ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଲଇଡା ଶ୍‍ତିତ ଗୁରୁକୂଳ ଇଂରାଜି ମାଧ୍ୟମ ସ୍କୁଲ ପକ୍ଷରୁ ଆଜି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍କୁଲର ପରିଚାଳକ ଏବଂ କର୍ମଚାରୀ ତଥା ଛାତ୍ର/ଛାତ୍ରୀ ମାନେ ୨୫୦ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ। ରୋଜ୍‍ ମାଥ୍ୟୁ. ଭି.କେ ମାଥ୍ୟୁ, ମମତା ସାହୁ, ସୁସ୍ମିତା ନାଏକ, କିରନ୍‍ ପଟେଲ ଏବଂ ନମିତା ନାଏକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରୋପଣ କରାଯାଇଥିବା ଚାରାଗୁଡିକର ରକ୍ଷଣାବେକ୍ଷଣ ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇ ଶପଥ ନେଇଥିଲେ।

Comments are closed.