ବିରାଜ୍‍ ଷ୍ଟିଲର ପାଉଁଶ ପାହାଡ ପରିଦର୍ଶନ କଲେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଗୁରୁପାଲି ଟାରେ ପ୍ରତିଷ୍ଠିତ ବିରାଜ୍‍ ଷ୍ଟିଲ୍‍ କାରଖାନା ପକ୍ଷରୁ ପ୍ରଦୁଷଣ ନିୟନ୍ତ୍ରଣ ଆଇନକୁ ଉଲଘଂନ କରି ପାଉଁଶ ପାହାଡ ତିଆରି କରିଥିବା ସଂକ୍ରାନ୍ତରେ ନିସାନଭଙ୍ଗା ସରପଞ୍ଚ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ଗତ ୧୯ ତାରିଖ ଦିନ ଜିଲ୍ଲାପାଳ ଏବଂ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ଏହି କ୍ରମରେ ଆଜି ସମ୍ବଲପୁର ସ୍ଥିତ ପ୍ରଦୁଷଣ ନିୟନ୍ତଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଏକ୍କା ଏବଂ ରେଙ୍ଗାଲିର ଅତିରିକ୍ତ ତହସିଲଦାର ନେପାଳଚନ୍ଦ୍ର ମୁଣ୍ଡା ବିରାଜ୍‍ ଷ୍ଟିଲର ପାଉଁଶ ପହାଡ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ବିରାଜ୍‍ ଷ୍ଟିଲ୍‍ କାରଖାନାର ଜେନରାଲ୍‍ ମେନେଜର ଟି.କେ ଦାସ ଏବଂ ନିସାନଭଙ୍ଗା ପଞ୍ଚାୟତର ସରପଞ୍ଚ ସରୋଜ ମେହେର ତଥା ଅଞ୍ଚଳର ସଚେତନ ନାଗରିକ ଉପସ୍ଥିତ ଥିଲେ।

ପାଉଁଶ ପାହାଡ ଯୋଗୁଁ ସୃଷ୍ଟି ହେଉଥିବା ପ୍ରଦୂଷଣ ସମସ୍ୟା, ପରିବେଶ ଏବଂ କୃଷି ତତା ଜୀବ ଜଗତ ଉପରେ ପଡୁଥିବା ପ୍ରତିକୂଳ ପ୍ରଭାବ ସଂକ୍ରାନ୍ତରେ ସରପଞ୍ଚ ଶ୍ରୀ ମେହେର ଏବଂ ଉପସ୍ଥିତ ଜନସାଧାରଣ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ ଅବଗତ କରାଇଏହି ସମସ୍ୟାର ଉପଯୁକ୍ତ ନିରାକରଣ କରା ନଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାବସୀ ଚେତାବନୀ ଦେଇଛନ୍ତି।

Comments are closed.