ତମାଖୁ ନିୟନ୍ତ୍ରଣ ଏବଂ ଖାଦ୍ୟ ସାମଗ୍ରୀ ସୁରକ୍ଷା ଅଭିଯାନ, ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଜୋରିମାନା ଆଦାୟ

ରେଙ୍ଗାଲି: ଜାତୀୟ ତମାଖୁ ନିୟନ୍ତ୍ରଣ ଏବଂ ଖାଦ୍ୟ ସାମଗ୍ରୀ ସୁରକ୍ଷା ଅଭିଯାନ କ୍ରମେ ଆଜି ରେଙ୍ଗାଲି ଥାନା ଅଞ୍ଚଳ ରେ ଯୁଗ୍ମ ଚଡଉ କରାଯାଇ ୧୫ ହଜାର ୭ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି। କୋପ୍ଟା ଆଇନ ଉଲଙ୍ଘନ କରି ବସ୍ ଷ୍ଟାଣ୍ଡ, ସ୍କୁଲ, ଡାକ୍ତରଖାନା ଆଦି ଅଞ୍ଚଳ ର ୧ଶହ ମିଟର ଦୂରତା ରେ ସିଗାରେଟ୍, ଗୁଟ୍ଖା ଆଦି ତମାଖୁ ସାମଗ୍ରୀ ବିକ୍ରି କରୁଥିବା ୩୬ ଟି ଦୋକାନୀ ଙ୍କ ଠାରୁ ୭ହଜାର୨ଶହ ଟଙ୍କା ଜୋରିମାନା ଆଦୟ କରାଯାଇଥିଲା। ଏହା ବ୍ୟତୀତ ଖାଦ୍ୟ ସାମଗ୍ରୀ ସୁରକ୍ଷା ଆଇନ୍ ଉଲ୍ଲଙ୍ଘନ କରିଥିବା ୮ଜଣ ବ୍ୟବସାୟୀଙ୍କ ଠାରୁ ୮ହଜାର୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଜାତୀୟ ତମାଖୁ ନିୟନ୍ତ୍ରଣ ଅଭିଯାନ ଜିଲା ପରାମର୍ଶଦାତା ସ୍ୱାଗତିକା ବେହେରା, ଖାଦ୍ୟ ସୁରକ୍ଷା ଅଧିକାରୀ ଅଞ୍ଜୁ ଏକ୍କା, ଔଷଧ ନୀରିକ୍ଷକ ସତ୍ୟନାରାୟଣ ମଲ୍ଲିକଙ୍କ ନେତୃତ୍ୱ ରେ ଅବକାରୀ ନୀରିକ୍ଷକ ଫକିର ମୋହନ ଦେହୁରି, ରେଙ୍ଗାଲି ଥାନାର ଏ.ଏସ୍.ଆଇ ସଞ୍ଜୟ ବୁଡ, ଲିଜା ନାଏକ,ଉମାକାନ୍ତ ନାଏକ ପ୍ରମୁଖ ଯୁଗ୍ମ ଚଢାଉରେ ଅଂଶ ଗ୍ରହଣ କରିଥିଲେ।

Comments are closed.