ପୁରଣା ରାଞ୍ଚି ରୋଡରେ ସଡକ ଦୁର୍ଘଟଣା; ବାଇକ୍‌ ଆରୋହୀ ମୃତ

ରେଙ୍ଗାଲି: ସିନ୍ଦୁରପଙ୍କ ଛକରୁ ବାମରା ଅଞ୍ଚଳକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚି ରୋଡର ଜୁନାଡିହି ଛକ ଏବଂ ସୋଢାମାଲ ମଝିରେ ଗତକାଲି ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଏକ ବାଇକ୍‌ ଦୁର୍ଘଟଣା ଘଟି ମକରଧ୍ୱଜ ବୈରାଗୀ (୫୦) ନାମକ ଜନୈକ ବାଇକ୍‌ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି  । ମୃତ ମକରଧ୍ୱଜ ଝାରସୁଗୁଡା ନିକଟସ୍ଥ ଦେବାଡହି ଗ୍ରାମର ବାସିନ୍ଦା ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ଓଡି୨୩-ଏନ୍‌-୦୯୩୨ ବାଇକରେ  ଝାଙ୍କରପାଲି ଗ୍ରାମରେ ଥିବା ଜଣେକ ସମ୍ପର୍କିୟ ଘରକୁ ଆସି ଦେବାଡହିକୁ ଫେରୁଥିବା ବେଳେ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଲଇଡା ଫାଣ୍ଡି ଅଧିକାରୀ ରବିନାରାୟଣ ପ୍ରଧାନ ଘଟଣାସ୍ଥଳକୁ ପହଞ୍ଚି  ମୃତ ଦେହକୁ ଉଦ୍ଧାରକରି ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ପଠଇ ତଦନ୍ତ ଜାରି ରଖିଛନ୍ତି ।

Comments are closed.