ରେଙ୍ଗାଲି ବ୍ଳକ୍ : ବ୍ୟାପକ ଜଙ୍ଗଲ ଅବକ୍ଷୟ, ଋତୁଚକ୍ରରେ ପରିବର୍ତ୍ତନ

ରେଙ୍ଗାଲି: ଶିଳ୍ପାୟନ ଯୋଗୁଁ ରେଙ୍ଗାଲି ବ୍ଳକ୍ ଅଞ୍ଚଳ କ୍ରମଶଃ ଜଙ୍ଗଳ ଶୁନ୍ୟ ହେବାକୁ ବସିଲାଣି। ବ୍ୟାପକ ଜଙ୍ଗଲ ଅବକ୍ଷୟ ଯୋଗୁଁ ଏହି ଅଞ୍ଚଳର ତାପାମାତ୍ରା ଦିନକୁ ଦିନ ଅହେତୁକ ଭାବରେ ବୃଦ୍ଧି ପାଇ ଚଳିତ ଗ୍ରୀଷ୍ମ ଋତୁରେ ତାତି ଅସହ୍ୟ ହୋଇ ପଡିଛି। ଜଙ୍ଗଲ ବିଭାଗ ସୁତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ରେଙ୍ଗାଲି ବ୍ଳକରେ ପ୍ରଥମ ପର୍ଯାୟରେ ହୋଇଥିବା ଶିଳ୍ପାୟନ ପ୍ରକ୍ରିୟାରେ ସ୍ଥାପିତ ହୋଇଥିବା ଭୂଷଣ ଷ୍ଟିଲ୍, ଆଦିତ୍ୟ ଆଲୁମିନା, ଶ୍ୟାମ ଡିଆରଆଇ କାରଖାନା ଯୋଗୁଁ ୯୪ହଜାର ୭ଶହ ୧୩ ବିଭିନ୍ନ ପ୍ରଜାତିର ମୂଲ୍ୟବାନ ଔଷଧିୟ ଗୁଣ ଯୁକ୍ତ ବୃକ୍ଷ ନଷ୍ଟ ହୋଇସାରିଛି। ଏହାପରେ ଦ୍ୱିତିୟ ପର୍ଯାୟ ରେ ଖିଣ୍ଡା ପଞ୍ଚାୟତରେ ଚାଲିଥିବା ଥିବା କେନ୍ଦ୍ର ସରକାରଙ୍କ ନବରତ୍ନ ଗ୍ରୁପ୍ କମ୍ପାନୀ ଏନଏଲସିର ତଲାବିରା(୨) ଏବଂ (୩) କୋଇଲା ଖଣି ଯୋଗୁଁ ୧ଲକ୍ଷ ୫୩ ହଜାର ମୂଲ୍ୟବାନ୍ ଗଛ ସ୍ୱାହା ହେଲାଣି। ବ୍ୟାପକ ଜଙ୍ଗଲ ଅବକ୍ଷୟ ଯୋଗୁଁ ଅଞ୍ଚଳର ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ଏବଂ ଜୈବବିବିଧତା ବିପନ୍ନ ହୋଇ ଋତୁଚକ୍ରରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଏବେ ୪୨/୪୩ ଡିଗ୍ରୀ ତାପମାତ୍ରାରେ ଅଞ୍ଚଳର ପରିବେଶ ଉତ୍ତପ୍ତ ହେବା ଫଳରେ ଜନଜୀବନରେ ତ୍ରାହି ତ୍ରାହି ଡାକ ପଡୁଛି। ଏକ କାଳିନ ଜଙ୍ଗଲ କ୍ଷୟ ଏବଂ ଜଙ୍ଗଲ ଥିବା ସ୍ଥାନରେ ଆଖିବୁଜା ଶିଳ୍ପାୟନ ଫଳରେ ପରିବେଶ ଉତ୍ତପ୍ତ ହେବା ସହିତ ପ୍ରଦୁଷଣ ସମସ୍ୟା ଉତ୍କଟ ଆକାର ଧାରଣ କରିବାରେ ଲାଗିଛିି। ଶିଳ୍ପାୟନ ପୂର୍ବରୁ ଏହି ଅଞ୍ଚଳର ତାପମାତ୍ରା ଏତେ ଉତ୍ତପ୍ତ ନଥିଲା ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

ସମ୍ବଲପୁର ଡିଏଫଓ କାର୍ଯ୍ୟାଲୟର ମୁଳିଥିବା ତଥ୍ୟ ଅନୁଯାୟୀ ଭୂଷଣ ଷ୍ଟିଲ୍ କାରଖାନା ଯୋଗୁଁ ୧୪୬.୧୮ ଏକର ଜଙ୍ଗଲ ଧ୍ୱଂସ ହୋଇ ୨୦,୮୬୨ଟି ବଡ ଗଛ୫୪୨୩ ବୁଦା ଏବଂ ୧୯,୧୪୭ ଟି କାଠଦଣ୍ଡ ଲୋପ ପାଇଛି। ସେହିପରି ଆଦିତ୍ୟ ଆଲୁମିନା ପ୍ରକଳ୍ପ ଯୋଗୁଁ ୨୯୪.୭୧ ଏକରଗ୍ରାମ୍ୟ ଜଙ୍ଗଳ ରେ ଥିବା ୪୭,୧୨୧ଟି ବିଭିନ୍ନ ପ୍ରଜାତିର ଛୋଟ ବଡ ଗଛ ବୁଦା ଏବଂ ଗୁଳ୍ମ ଧ୍ୱଂସ ପାଇଛି। ପଣ୍ଡଲୋଇ ସଥିତ ଶ୍ୟାମ ମେଟାଲିକ୍ସ ପାଓାର୍ ପ୍ଲାଣ୍ଟ୍ ଯୋଗୁଁ ନିଶାନଭଙ୍ଗା ମୌଜା ର ୯୪ ଏକର୮୭ ଡେସମିଲ୍ ଗ୍ରାମ୍ୟ ଜଙ୍ଗଳ ରେ ଥିବା ୯୦୫ ଟି ବିଭିନ୍ନ ପ୍ରଜାତି ର ୯ଟି ବଡ ଗଛ୧୨୬୫ଟି ବର୍ଦ୍ଧିଷ୍ନୁ ଗଛ୬୫୪ ଟି ବୁଦା ଏବଂ ୫୦ ଟି ବାଉଁଶ ନିଶ୍ଚିହ୍ନ ହୋଇଛି। ଏହାବ୍ୟତୀତ ତଲାବିରା ଠାରେ ହିଣ୍ଡାଲକୋ କୋଇଲା ଖଣି ଯୋଗୁଁ ୧୨୨ ଏକର ଗ୍ରାମ୍ୟ ଜଙ୍ଗଳ କୁ ନିଶ୍ଚହ୍ନ କରି ଦିଆଯାଇଥିଲା। ଭୁଷଣ ଷ୍ଟିଲ୍ କାରଖନା ଯୋଗୁଁ ନିଶ୍ଚହ୍ନ ହୋଇଥିବା ଜଙ୍ଗଲର କ୍ଷତି ଭରଣା ପାଇଁ ବାରଡୁଙ୍ଗୁରୀରେ ୧୨.୨୦ ହେକ୍ଟର, ବ୍ରାହ୍ମଣୀପାଲିରେ ୩୫.୨୪ ହେକ୍ଟର ଏବଂ ଖଡିଆପାଲିରେ ୧୧.୭୨ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି କରାଯାଇଛି। ଅପରପକ୍ଷରେ ଆଦିତ୍ୟ ଆଲୁମିନାରେ ଯାଗୁଁ କ୍ଷତି ହୋଇ ଜଙ୍ଗଲ ପାଇଁ ରେଢାଖୋଲ ଡିଭିଜନରେ ପୁନଃ ବନୀକରଣ କରାଯାଇଛି। ବାରଡୁଙ୍ଗୁରୀ, ଜଙ୍ଗଲା, ତଲାବିରା, ନୂଆଁତିଲିଙ୍ଗି ଆଦି ଗ୍ରାମରେ ବୃକ୍ଷରୋପଣ କରଯାଇଛି ବୋଲି ବନବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.