ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର କିଶନନଗର ପାଖ ବିଷ୍ନୁ ପେଟ୍ରୋଲ୍‍ ପମ୍ପ ସାମ୍ନାରେ ଗତ କାଳି ମଙ୍ଗଳବାର ସକାଳେ ବାଇକ୍‍ ଧକ୍କାରେ ବାଗି ବେହେରା (୬୦) ନାମକ ଜନୈକ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିଲେ। ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ରେଙ୍ଗାଲି ଥାନାରେ ଏସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି। ଦୁର୍ଘଟଣାଗ୍ରସ୍ତ ସ୍କୁଟି ଏବଂ ବାଇକ୍‍ ପୁଲିସ ଜବତ କରିଛି। ମୃତ ବାଗି ବେହେରା ପୁଡାପଡାର ବାସିନ୍ଦା ବୋଲି ଜଣାପଡିଛି।

Comments are closed.