ଜନସେବା କେନ୍ଦ୍ରରେ ଅଗ୍ନିକାଣ୍ଡ, ବ୍ୟାପକ କ୍ଷତି

ରେଙ୍ଗାଲି: କତରବଗା ଥାନା ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତର ଲାଲ୍ ଛକରେ ଥିବା ଜନ ସେବାକେନ୍ଦ୍ରରେ ଆଜି ଦ୍ବିପ୍ରହରରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩/୪ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ଜଣାପଡିଛି। କ୍ଷେତରେ ଲାଗିଥିବା ନିଆଁ ସଂକ୍ରମିତ ହୋଇ ଜନ ସେବାକେନ୍ଦ୍ରର ସ୍କାଏଲାଇଟ୍ ଦେଇ କେନ୍ଦ୍ର ଭିତରକୁ ପଡିଥିବାର କୁହାଯାଉଛି। ଅଗ୍ନିକାଣ୍ଡ ସମୟରେ ଜନ ସେବାକେନ୍ଦ୍ର ବନ୍ଦ ଥିଲା। ସୂଚନା ପାଇ ଜନସେବା କେନ୍ଦ୍ରର ପରିଚାଳକ ସୁଜିତ ପ୍ରଧାନ ରେଙ୍ଗାଲି ଦମକଳ କେନ୍ଦ୍ରକୁ ଖବର ଦେଲା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିର୍ବାପିତ କରିଥେଲେ। ଅଗ୍ନିକାଣ୍ଡ ଯୋଗୁଁ ଜନସେବା କେନ୍ଦ୍ରରେ ଥିବା ୭ଟି କମ୍ପ୍ୟୁଟର ଓ ଲାପଟପ ସେଟ୍, ମୋବାଇଲ ଫୋନ୍, ପ୍ରିଣ୍ଟର, ଜେରକ୍ସ ମେସିନ୍ ଆଦି ବହୁ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ପ୍ରକାଶ।

Comments are closed.