ଗାନ୍ଧୀଜୀଙ୍କ ତିରୋଧାନ ଦିବସରେ ‘ସେବା’ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ରେଙ୍ଗାଲି: ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କ ଆଜି ତିରୋଧାନ ଦିବସ ପାଳନ ଅବସରରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସେବା’ ପକ୍ଷରୁ ରେଙ୍ଗାଲି ସମଲେଶ୍ୱରୀ ନର୍ସିଂ ହୋମ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସେବାର ଅଧ୍ୟକ୍ଷ ଅମର ତାଣ୍ଡିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ଡାକ୍ତର ସନ୍ତୋଷ ସିଂ ଫିତା କାଟି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ରକ୍ତଦାନ ଶିବିର ପୂର୍ବରୁ ଅତିଥିଗଣ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ସେବାର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ବିଜୁ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ହିମାଂଶୁ ଶେଖର ମିଶ୍ର, କାର୍ତ୍ତିକ କଲେତ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସେବାର ସଦସ୍ୟ ପ୍ରକାଶ ବେହେରା, ଚିତ୍ତ ରଞ୍ଜନ ରାଉଳ, ମଞ୍ଜୁ ଓରାମ, ରାଜେଶ କୁମାର ଷଣ୍ଢ, ସୁଜିତ କୁମାର ବାଗ, ମାନସ ସାହୁ, ପଦ୍ମନାଭ ବାରିକ, ବିଶ୍ୱଜିତ ରାଉତ, ସୁପ୍ରିତ ନାୟକ, ରାମଚନ୍ଦ୍ର ରାଉତ, ରାଜ କିଶୋର ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସମ୍ବଲପୁର ରକ୍ତ ଭଣ୍ଡାରର ଲେବ୍ରୋଟୋରୀ ଟେକନିସିଆନ କାଉନସିଲର ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ସେବା ଅନୁଷ୍ଠାନର ସମସ୍ତ ସଦସ୍ୟ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

Comments are closed.