ବରିଷ୍ଠ ବିଜେପି ନେତା ଦିବ୍ୟକିଶୋର ବେହେରାଙ୍କ ପରଲୋକ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ପୂର୍ବତନ ବିଜେପି ସଭାପତି ତଥା ରେଙ୍ଗାଲିର ବରିଷ୍ଠ ନାଗରିକ ପରିଷଦର ଉପଦେଷ୍ଟା ଦିବ୍ୟକିଶୋର ବେହେରାଙ୍କ ଆଜି ରେଙ୍ଗାଲି ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ବେହେରା କଂଗ୍ରେସ ଦଳରୁ ରାଜନୈତିକ ଜୀବନ ଆରମ୍ଭ କରି ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ ଙ୍କ ଅତି ଘନିଷ୍ଠ ସହଯୋଗୀ ହୋଇପାରିଥିଲେ। ବିଜେପି ଦଳ ଗଠନ ହେଲା ପରେ ସେ ବିଜେପି ରେ ଯୋଗ ଦେଇ ରେଙ୍ଗାଲି ବ୍ଳକ୍‍ ବିଜେପି ସଭାପତି ପଦ ଅଳଙ୍କୃତ କରି ବ୍ଳକ୍‍ ଅଞ୍ଚଳ ରେ ବିଜେପି ଦଳ ର କାୟା ବିସ୍ତାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କର ପିତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସେ ଘନିଷ୍ଠ ଥିଲେ। ଡା.ଦେବେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ସ୍ୱର୍ଗତ ବେହେରା ସ୍ୱର୍ଗତ ବେହେରା ରେଙ୍ଗାଲି ବ୍ଳକ୍‍ ମନ୍ତ୍ରୀ ନୋମିନୀ ଦାୟିତ୍ୱ ତୁଲାଇଥିଲେ। ଏହା ବ୍ୟତୀତ ସେ ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ର ଉପଦେଷ୍ଟା ମଧ୍ୟ ଥିଲେ। ସ୍ୱର୍ଗତ ବେହେରା ରେଙ୍ଗାଲି ଅଞ୍ଚଳ ର ବିଭିନ୍ନ ଜନସମସ୍ୟା ର ସମାଧାନ ପାଇଁ ଅନୁଷ୍ଠିତ ଆନ୍ଦୋଳନ ଏବଂ ସାମାଜସେବା କାର୍ଯ୍ୟକ୍ରମ ରେ ସାମିଲ ହୋଇ ଜନସେବା ରେ ସାମିଲ ହୋଇ ଜନ ସାଧାରଣ ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ମୃତ୍ୟୁ ର ଖବର ପାଇ ଦଳମତ ନିର୍ବିର୍ଶେଷ ରେ ସମସ୍ତ ଦଳ ର ନେତା ଏବଂ କର୍ମୀ, ଜ୍ଞାତି ପରିଜନ, ବନ୍ଧୁବାନ୍ଧବ ତାଙ୍କ ବାସଭବନ କୁ ପହଞ୍ଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଥିଲେ। ସମ୍ମାନାର୍ଥେ ବିଜେପି ଦଳ ପକ୍ଷରୁ ଦଳିୟ ପତାକା ତାଙ୍କ ମରଶରୀର ରେ ଘୋଡାଇ ରଖାଯାଇଥିଲା। ଗ୍ରାମ୍ୟ ସ୍ୱର୍ଗଦ୍ୱାର ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ପ୍ରକାଶ ବେହେରା ମୁଖାଗ୍ନୀ ଦେଇଥିଲେ। ଦିବ୍ୟକିଶୋରଙ୍କ ବିୟୋଗରେ ଅଞ୍ଚଳରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ କରାଯାଇଛି।

Comments are closed.