ଲହମନିରେ ସ୍ୱୟଂ ସହାୟକ ମହିଳାଙ୍କ ସଚେତନତା ଶିବିର

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ ଲହମନି ଗ୍ରାମରେ ଗ୍ରାମ ସ୍ୱରାଜ ବିକାଶ ସମିତି ପକ୍ଷରୁ ଚାଲିଥିବା ସ୍ୱୟଂ ସହାୟକ ମହିଲା ଗୋଷ୍ଠୀଙ୍କ ପାଇଁ ଶିକ୍ଷା ସଚେତନତା ଶିବିର ଆଜି ଉଦ୍ୟାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ନାବାର୍ଡର ଡିଡିଏମ୍ ଦିବେଶ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଷ୍ଟେଟ୍ ବ୍ୟାଙ୍କର ଏଲଡିଏମ ଶିବାଜି ପଟେଲ,ସାଗରିକା ମିଶ୍ର ଏବଂ ସାର୍କ ଏନଜିଓ କର୍ମକର୍ତ୍ତା ସମ୍ମନିତ ଅତିଥି ରୂପେ ଯୋଗ ଦେଇଥିଲେ।

ଗ୍ରାମ ସ୍ୱରାଜ୍ ବିକାଶ ସମିତିର ସମ୍ପାଦିକା ପ୍ରଭାତି ବାରିକ୍ କାର୍ଯ୍ୟକ୍ର ପରିଚାଳନା କରିଥିଲେ। ଶିବିର ରେ ଅଂଶ ଗ୍ରହଣ କରିଥିବା ସମସ୍ତ ମହିଲାମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ୮ଦିନ ଧରି ଚାଲିଥିବା ଏହି ଶିବିର କୁ ଓଡିଶା ଜୀବିକା ମିଶନର ଡିପିଏମ୍ ପୁଷ୍ପଶ୍ରୀ ନାୟକ ଉଦଘାଟନ କରିଥିଲେ। ଶିବିର ପରିଚାଳନା ରେ ଗ୍ରାମ ସ୍ୱରାଜ ବିକାଶ ସମିତି ସୀମା ବେହେରା, ରବୀନ୍ଦ୍ର ବେହେରା, ପ୍ରମୋଦ ପରୁଆ, ଶ୍ରୀମତୀ ଦୟାବତୀ ମିଞ୍ଜ୍ ସହଯୋଗ କରିଥିଲେ।

Comments are closed.