ଲଇଡା କଳେଜରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟ ନବାଗତ ଯୁକ୍ତ ୨ ପ୍ରଥମ ବର୍ଷ ଏବଂ ଯୁକ୍ତ୩ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀମାନଙ୍କୁ ବୁଧବାର ମହାବିଦ୍ୟାଳୟ ପରିସରରେ ସ୍ୱାଗତ କରାଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଅଧ୍ୟକ୍ଷ ଡଃ ନାଏକ ତାଙ୍କ ଅଭିଭାଷଣରେ ନବାଗତମାନଙ୍କୁ ମହାବିଦ୍ୟାଳୟର ନୀତି ନିୟମ ଏବଂ ଶୃଙ୍ଖଳା ସଂକ୍ରାନ୍ତରେ ସୂଚନା ଦେଇ ସମସ୍ତେ ସମୟାନୁବର୍ତ୍ତି ହୋଇ ଅଧ୍ୟୟନ ପାଇଁ ଆସିବାକୁ ପରାମର୍ଶ ଦେଇଥିଲେ। ନବାଗତ ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ।

ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ ପଟେଲ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ମଧୁମିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅଧ୍ୟାପକ ବିଶ୍ୱନାଥ ପଟେଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୋଇ, ଜୟନାରାୟଣ ଶତପଥି, ଅଳେଖ କୁମାର ଦ୍ୱିବେଦୀ, ଆଶିଷ ପାଣିଗ୍ରାହୀ ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comments are closed.