ଅପନ୍ତରା ଲୁହାଖଣ୍ଡି -ବାସୁପାଲି ବାଇପାସ୍ ଲିଙ୍କ୍ ରାସ୍ତା, ମରାମତି ପାଇଁ ଦାବି

ରେଙ୍ଗାଲି: ପୁରଣା ରାଞ୍ଚି ରୋଡ୍‌ର ଖିଣାପଡା ଏବଂ ଲୁହାଖଣ୍ଡି ମଝିରୁ ବାସୁପାଲି ଦେଇ ରେଙ୍ଗାଲିକୁ ସଂଯୋଗ କରୁଥିବା ବାଇପାସ୍ ଲିଙ୍କ୍ ରାସ୍ତା ଦୀର୍ଘ ବର୍ଷ ହେଲା ଖାଲଖମାରେ ଭର୍ତ୍ତି ହୋଇ ଅପନ୍ତରା ଅବସ୍ଥାରେ ପଡି ରହିଛି। ଏହି ରାସ୍ତା ଦେଇ ଅଖପାଖ ଅଞ୍ଚଳର ଶତାଧିକ ଗ୍ରାମର ଲୋକେ ରେଙ୍ଗାଲି ଅଞ୍ଚଳକୁ ଯାତାୟାତ କରିଥାନ୍ତି। ଗ୍ରାମାଞ୍ଚଳର ରାସ୍ତାଘାଟର ଉନ୍ନତି ପାଇଁ ଅସଂଖ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏହି ରାସ୍ତାର ମରାମତି ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଜନସାଧାରଣଙ୍କ ବୃହତ୍ତର ସୁବିଧା ଦୃଷ୍ଟିରୁ ରାସ୍ତା ତୁରନ୍ତ ରାସ୍ତା ମରାମତି କରାଯିବା ସହ ଗମନାଗମନ ଉପଯୋଗୀ କରାଯାଉ ବୋଲି ଜନସାଧାରଣ ରେ ଦାବି ହେଉଛି।

Comments are closed.