ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ରେଙ୍ଗାଲି: ଆଜି ରାଜ୍ୟ ସ୍ୱସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ରେଙ୍ଗାଲି ଅଞ୍ଚଳ ଗସ୍ତ କରି ବ୍ଳକ୍‍ର ଲପଙ୍ଗା, ଜଙ୍ଗଳା, ସାଲଡ ଏବଂ ନିଶାନଭଙ୍ଗା ଗ୍ରାମ ପଞ୍ଚାୟତର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଳକ୍‍ ବିଡିଓ ଶଙ୍କରପ୍ରସାଦ ସାହୁ, ରେଙ୍ଗାଲି ବ୍ଳକ୍‍ ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲା ମଞ୍ଚାସୀନ ଥିବା ବେଳେ ଲପଙ୍ଗା ବ୍ୟତୀତ ଅନ୍ୟ ସମସ୍ତ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମଗୁଡିକରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟମାନେ ମଞ୍ଚାସୀନ ଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ସମବେତ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପକାରିତା ସମ୍ପର୍କରେ କହିଥିଲେ।

Comments are closed.