କଲଭର୍ଟ ତଳୁ ମୃତ ଦେହ ଉଦ୍ଧାର

ରେଙ୍ଗାଲି: କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ରେଙ୍ଗାଲୋଇ ଗ୍ରାମର ଆଦିତ୍ୟ ବାଗ (୫୦) ନାମକ ଜନୈକ ବ୍ୟକ୍ତିର ମୃତ ଦେହ ଆଜି ସକାଳୁ ଲଇଡା ବିଦ୍ୟୁତ୍‍ ଗ୍ରୀଡ୍‍ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଏକ କଲଭର୍ଟ ତଳୁ ପୁଳିସ ଉଦ୍ଧାର କରିଛି। ସୂଚନାରୁ ପ୍ରକାଶ ଯେ ରେଙ୍ଗାଲୋଇ ଗ୍ରାମର ଆଦିତ୍ୟ ବାଗ ଗତ ଗୁରୁବାର ସନ୍ଧ୍ୟାରେ ଲଇଡାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଆଜି ସକାଲୁ ଲଇଡା ଗ୍ରୀଡ୍‍ ପାଖରେ ଥିବା କଲଭର୍ଟ ତଳେ ଆଦିତ୍ୟଙ୍କ ମୃତ ଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ଲଇଡା ଫାଣ୍ଟିକୁ ସୁଚନା ଦେଇଥିଲେ। ସୂଚନା ପାଇ ଲଇଡା ଫାଣ୍ଡି ଅଧିକାରୀ ରବିନ୍ଦ୍ର ପ୍ରଧାନ ଘଟଣା ସ୍ଥଳକୁ ପହଞ୍ଚି ପଞ୍ଚନାମା କଲାପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି। ମୃତ୍ୟୁର କାରଣ ଜଣା ପଡିନାହିଁ। ଆଦିତ୍ୟ ଗତ ସନ୍ଧ୍ୟାରେ ତାଙ୍କ ଭଉଣୀ ଜ୍ୱାଇଁଙ୍କ ସହିତ ଲଇଡାକୁ ଯାଇ ଆଉ ଘରକୁ ଫେରି ନଥିଲେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.