ପିକଅପ୍ ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର

ରେଙ୍ଗାଲି: କତରବଗା ଥାନା ଅନ୍ତର୍ଗତ ବାସୁପାଲି ଗ୍ରାମରେ ଆଜି ସନ୍ଧ୍ୟା ସାଢେ ୬ଟା ସମୟରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ସାଲେପୁରୀର ଦୁବରାଜ ମୁଣ୍ଡା ଏବଂ ହରି ମୁଣ୍ଡା। ଉଭୟ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇ ଥିବାର ଜଣାପଡିଛି। ଘଟଣା ସ୍ଥଳରୁ ପିକଅପ୍ ଭ୍ୟାନ ନେଇ ଚାଳକ ଫେରାର୍ ହୋଇ ଯାଇଛି।

Comments are closed.