ଖୁଣ୍ଟୁଲାମାଲ ଗ୍ରାମର ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

ରେଙ୍ଗାଲି: ରେଙ୍ଗାଲୋଇ ଗ୍ରାମ ପଞ୍ଚାୟତର ଖୁଣ୍ଟୁଲାମାଲ ଗ୍ରାମର ଚାଷ ଜମିକୁ ମେଗା ଜଳ ସେଚନ ଯୋଜନାରେ ଜଳ ସେଚିତ କରିବା, ପ୍ରାଥମିକ ସ୍କୁଲର ଉନ୍ନତିକରଣ, ଗାଧୁଆ କଟାକୁ ସଂଯୋଗ କରୁଥିବା ରାସ୍ତା କଂକ୍ରିଟ କରାଯିବା ଏବଂ ପୋଲ ନିର୍ମାଣ ପାଇଁ ବିଜେପି ମଣ୍ଡଳ ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳରେ ଏସ୍‍.ସି ମୋର୍ଚ୍ଚା ସଭାପତି ଅଶୋକ ରୋହିଦାସ, ଚତୁର୍ଭୁଜ ମିର୍ଦ୍ଧା, ଭିଷ୍ମଦେବ ଭୋଇ ଏବଂ ଶ୍ରୀକାନ୍ତ ପ୍ରଧାନ ସାମିଲ ଥିଲେ।

Comments are closed.