ଜିପ୍ ଧକ୍କାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ

ରେଙ୍ଗାଲି:ସମ୍ବଲପୁର -ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ର କିଶନ ନଗର ପାଖରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଏକ ମହେନ୍ଦ୍ରା ଜିପ୍ ଧକ୍କାରେ ବିପିନକୁମାର ଗୁମାନ ସିଂ ନାମକ ଜନୈକ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଥିଲେ। ପୁଳିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ପୁଳିସ ସୁତ୍ରରୁ ଜଣାପଡିଛି। ମୃତ ବିପିନ ଖୋର୍ଦ୍ଧା ର ବାସିନ୍ଦା ବୋଲି ଜଣାପଡିଛି

 

ସୂଚନାରୁ ପ୍ରକାଶ ଯେ ବିପିନ କୁମାର ଗୁମାନସିଂ ଟ୍ରକ୍ କୁ ଛିଡା କରି ତଳକୁ ଓହ୍ଲାଉଥିବା ସମୟରେ ଏକ ଜିପ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏସଂକ୍ରାନ୍ତରେ ରେଙ୍ଗାଲି ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି। ଦୁର୍ଘଟଣା ଘଟାଇଥିବା ଜିପ୍ କୁ ଜବତ କରାଯାଇ ଡ୍ରାଇଭର କୁ ଅଟକ ରଖାଯାଇଛି ବୋଲି ରେଙ୍ଗାଲି ଥାନାର ଆଇଆଇସି ଧବଳେଶ୍ୱର ସାହୁ କହିଛନ୍ତି।

Comments are closed.