ରେଙ୍ଗାଲିରେ ଭୋଟର ଦିବସ ପାଳିତ

ରେଙ୍ଗାଲି : ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟରେ ଆଜି ଜାତୀୟ ଭୋଟର ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ ସଂଯୋଜକ ଅଧ୍ୟାପକ ବିଶ୍ୱନାଥ ପଟେଲ ଛାତ୍ରଛାତ୍ରୀମାନଙ୍କୁ ଭୋଟ ଦେବା ଅଧିକାର ସମ୍ବନ୍ଧରେ ଶପଥ ପାଠ କରାଇଥିଲେ। ଅଧ୍ୟାପକ ଜୟନରାୟଣ ଶତପଥି, ଶ୍ରୀକାନ୍ତ ପଟେଲ,ଜିତେନ୍ଦ୍ର ପ୍ରସାଦ ସିଂହ ଛାତ୍ରଛାତ୍ରୀମାନଙ୍କୁ ଭୋଟର ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ଭୋଟ ଦେବା ଅଧିକାରର ମହତ୍ତ୍ୱ ଓ ଗୁରୁତ୍ୱ  ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।

ସେହିପରି ରେଙ୍ଗାଲି ସ୍ଥିତ ସୁରଜମଲ୍ ମହାବିଦ୍ୟାଳୟ ରେ ଆଜି ଜାତୀୟ ଭୋଟର ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଭୋଟ ଦେବା ପାଇଁ  ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଶପଥ ପାଠ କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ.ମନୋଜକୁମାର ପଣ୍ଡା.ଅଧ୍ୟାପକ ଡ.ନରେଶଚନ୍ଦ୍ର  ଅଗ୍ରଓାଲା,ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଚିନ୍ତାମଣି ପଶାୟତ,ଅଧ୍ୟାପକ ଡ.ଅଭିମନ୍ୟୁ ବେହେରା ଯୋଗ ଦେଇ ଭୋଟ ଦାନ ଅଧିକାରକୁ ସାବ୍ୟସ୍ତ କରି ଅଦର୍ଶ ଓ ସଚେତନ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ।

Comments are closed.