MEllora 950×100

କୋଇଲା ପରିବହନରେ ଚଞ୍ଚକତା ; ୩ ଗିରଫ

୬୧ଟନ୍ କୋଇଲା ସହ ୨ଟ୍ରଲର୍ ଜବତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍.ଏଲ୍.ସି କମ୍ପାନୀର କୋଇଲା ଖଣି ରୁ ଆର୍ୟାନ୍ ଇସ୍ପାତ୍ କାରଖାନାକୁ କୋଇଲା ପରିବହନ ପାଇଁ ଦୁଇଟି ଟ୍ରଲର୍ ରେ ୩୦ ଟନ୍ କୋଇଲା ବୋଝେଇ କରାଯାଇଥିଲା। ତେବେ ଉକ୍ତ ଟ୍ରଲର୍ ଦ୍ୱୟର ଡ୍ରାଇଭର ଚଞ୍ଚକତା କରି ଆର୍ୟାନ୍ ଇସ୍ପାତ୍ କାରଖାନାକୁ କୋଇଲା ନେବା ପରିବର୍ତ୍ତେ ଝାରସୁଗୁଡାର ମରାକୁଟା ଠାରେ ଥିବା ଏକ ଇଟାଭାଟିରେ କୋଇଲା ବିକ୍ରି କରି ଦେଇଥିଲେ। ଇଟା ଭାଟିରେ କୋଇଲା ବିକ୍ରି କରି ଅନ୍ଲୋଡ୍ କଲା ପରେ ଟ୍ରଲର୍ ରେ ପାଉଁଶ ଏବଂ ମାଟି ଲୋଡ୍ କରି ଆର୍ୟାନ ଇସ୍ପାତ୍ କାରଖାନାରେ ଅନଲୋଡ୍ କରୁଥିବେ ବେଳେ କୋଇଲା ପରିବର୍ତ୍ତେ ପାଉଁଶ ଏବଂ ମାଟି ଅନଲୋଡ୍ ହେଉଥିବାର ଦେଖି ସିକ୍ୟୁରିଟୀ ଗାର୍ଡ କଲ୍ୟାଣ ଟ୍ରାନ୍ସପୋର୍ଟ ର ମାଲିକ କୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଟ୍ରାନ୍ସପୋର୍ଟ ମାଲିକ ଘଟଣା ସ୍ଥଳକୁ ପହଞ୍ଚି ସତ୍ୟାସତ୍ୟ ଦେଖିଲା ପରେ ଏସଂକ୍ରାନ୍ତରେ ଠେଲକୋଲୋଇ ଥାନାରେ ଏତଲା ଦେଇଥିଲେ। ଏତଲା ଅଧାରରେ ଠେଲକୋଲୋଇ ପୁଲିସ ଏହି ଘଟଣାର ତଦନ୍ତ କରି ଡ୍ରାଇଭର ହୁସେନ୍ ଆନ୍ସାରି ଏବଂ ଓାସିମ୍ ଅଖତାର୍ ନାମକ ଦୁଇ ଜଣ ଡ୍ରାଇଭର ଓ କୋଇଲା କିଣାବିକାରେ ମଧ୍ୟସ୍ଥି ଥିବା ମୁଖ୍ୟ କାର୍ପଟାଦାର ପରକ୍ଷିତ ପଣ୍ଡାକୁ ଗିରଫ କରି କୋର୍ଟ ଚାକାଣ କରିଥିବା ଠେଲକୋଲୋଇ ଥାନା ଆଇଆଇସି ବିଭୂତିଭୂଷଣ ଦଲାଇଙ୍କ ଠାରୁ ପ୍ରାପ୍ତ ସୂଚନାର ଜଣାପଡିଛି। ଏହା ସହିତ କୋଇଲା ପରିବହନରେ ବ୍ୟବହୃତ ଦୁଇଟି ଯାକ ଟ୍ରଲର୍ ଏବଂ ୬୧ ଟନ୍ କୋଇଲା ଜବତ କରାଯାଇଛି ବୋଲି ଠେଲକୋଲୋଇ ଆଇଆଇସି ଶ୍ରୀ ଦଲାଇ କହିଛନ୍ତି। ଏହି ଚୋରା କାରବାର ସଂପୃକ୍ତ ଥିବା ଇଟା ଭାଟିର ମାଲିକ, ଉଭୟ ଟ୍ରଲର୍ ମାଲିକ ଏବଂ ଆଉ ଜଣେ ମଧ୍ୟସ୍ଥି ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି।

Comments are closed.