ଅତାବିରା ବ୍ଲକସ୍ତରୀୟ ବିଜ୍ଞାନମେଳା ପାଇଁ ପ୍ରସ୍ତୁତି ବୈଠକ

ରେଙ୍ଗାଳିକେମ୍ପ: ଆଜି ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ସବୁ କିଛି ଅନଲାଇନ୍ରେ ଚାଲିଛି। କିନ୍ତୁ ଅନଲାଇନରେ ବିଜ୍ଞାନ ମେଳା ତଥା ବିଜ୍ଞାନ ପ୍ରକଳ୍ପ ଗୁଡ଼ିକର ଉନ୍ନତ ମାନର ଭିଜୁଏଲ୍ ତିଆରି କରିବା ଦକ୍ଷତା ସମସ୍ତଙ୍କର ନାହିଁ। ତେଣୁ କେମିତି ଏକ ଉନ୍ନତ ମାନର ଭିସାଲ ତିଆରି କରାଯାଇପାରିବ ଓ ପ୍ରକଳ୍ପଗୁଡ଼ିକ କିପରି ନୂତନ ଧରଣର ହୋଇ ରାଜ୍ୟ ତଥା ଜାତୀୟ ସ୍ତରକୁ ମନୋନୀତ ହୋଇପାରିବ ସେ ଉପରେ ସବିଶେଷ ଆଲାଚନା ହୋଇଥିଲା। ଏହି ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା କାର୍ତ୍ତିକ ବାଗ ଓ ଝିଲିମିଣ୍ଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଧର୍ମରାଜ ପ୍ରଧାନ ମଞ୍ଚାସୀନ ଥିବା ବେଳେ ବ୍ଲକର ସମସ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସିସି ଓ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ।

Comments are closed.