ପାହାଡ ଶ୍ରିଗିଡା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ପାହାଡ ଶ୍ରିଗୀଡା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ରାମକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। ଏହି ଉପଲକ୍ଷେ ଏକ ସାଧାରଣ ସଭା ହୋଇଥିଲା। ସଭାରେ ଅଧ୍ୟକ୍ଷ ଶ୍ରୀ ସାହୁ ସାମ୍ପ୍ରତିକ କରୋନା ପରିସ୍ଥିତିରେ ଅମ୍ଳଜାନର ଆବଶ୍ୟକତା ଏବଂ ମଣିଷ ଜୀବନରେ ବୃକ୍ଷର ଅବଦାନ ଉପରେ ଗୁରୁତ୍ବପୂର୍ଣ୍ଣ ଅଭିଭାଷଣ ରଖିଥିଲେ। ଉକ୍ତ ସଭାରେ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ଭୋଇ ଓ ଡେବ୍ରିଗଡ ଅଭୟାରଣ୍ୟର ରେଞ୍ଜର ରୁଦ୍ରାନନ୍ଦ ବାରିକ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ। ପରିବେଶକୁ ସୁସ୍ଥ ଓ ସ୍ୱଚ୍ଛ ରଖିବାକୁ ହେଲେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବାର ନିହାତି ଆବଶ୍ୟକ ରହିଛି ବୋଲି ଅତିଥି ଶ୍ରୀ ବାରିକ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏନଏସଏସର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଅlତୃଷ୍ ପ୍ରଧାନ, ପ୍ରକାଶ ବିଶ୍ଵାଳ, ଭିଷ୍ମଦେବ ସାହୁ, ଅଶ୍ଵିନୀ ପ୍ରଧାନ, ସୁରେନ୍ଦ୍ର ଭୋଇ, ଚମାର ସେଟ୍, ଦିଗମ୍ବର ଭୁଏ, ପ୍ରକାଶ କଠାର ଏବଂ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଶେଷରେ ଇଂରାଜୀ ଅଧ୍ୟାପକ ଆତୃଷ୍ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.