ମାଓବାଦୀଙ୍କ ସହ ସଂଘର୍ଷରେ ୨ ଯବାନ ସହିଦ

ବିଜାପୁର : ଛତିଶଗଡ଼ର ବିଜାପୁରରେ ଶୁକ୍ରବାର ସକାଳେ ମାଓବାଦୀଙ୍କ ସହ ସଂଘର୍ଷରେ ସିଆରପିଏଫର ଜଣେ ସବ ଇନ୍ସପେକ୍ଟରଙ୍କ ସମେତ ୨ ଜଣ ଯବାନ ସହିଦ ହୋଇଛନ୍ତି। ଗୁଳି ବିନିମୟ ବେଳେ ମଝିକୁ ଆସି ଜଣେ ନାବାଳିକାର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛି।
ସିଆରପିଏଫ ଏବଂ ସ୍ଥାନୀୟ ପୁଲିସ୍‍ର ଦଳ ଏକ ପାଟ୍ରୋଲିଂରେ ବାହାରିଥିବାବେଳେ ବିଜାପୁରର କେଶକୁତୁଲ ନିକଟରେ ହଠାତ ସେମାନଙ୍କ ଉପରକୁ ମାଓବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଓପି ସାକ୍ଷୀ ଏବଂ ମହାଦେବ ପାଟିଲ ନାମକ ୨ ଜଣ ଯବାନ ସହିଦ ହୋଇଛନ୍ତି। ମଦନଲାଲ ନାମକ ଜଣେ ଯବାନ ଆହତ ହୋଇଛନ୍ତି। ଯବାନମାନେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଗୁଳି ବିନିମୟ କରିଥିଲେ। ଏହି ସମୟରେ ମାଓାବଦୀ ଓ ଯବାନଙ୍କ ମଝିକୁ ଆସି ଜିବି ତେଲମ ନାମକ ଜଣେ ଆଦିବାସୀ ନାବାଳିକାର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛି। ଏକ ମାଲ ବୋଝେଇ ଗାଡ଼ିରେ ଉଭୟ ବଜାରରୁ ଘରକୁ ଫେରୁଥିଲାବେଳେ ଗୁଳି ମାଡ଼ର ଶିକାର ହୋଇଥିଲେ।

Comments are closed.