ତୃତୀୟ ଦିବସରେ ପହଞ୍ଚିଲା ରିଲେ ଅନଶନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍ଏଲସି କମ୍ପାନୀର ତଲାବିରା (୨) ଏବଂ (୩) କୋଇଲା ଖଣିରେ ସ୍ଥାୟୀ ନିଯୁକ୍ତି ଦାବିରେ ଚାଲିଥିବା ରିଲେ ଅନଶନ ଆଜି ତୃତୀୟ ଦିନରେ ପହଞ୍ଚିଛି। କର୍ମଜୀବି ଏକତା ସଙ୍ଗଠନ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନରେ ଆଜି ଆଶିଷ ରାଉତ, ବିଭୂତି ସାହୁ, ଯୋଗେନ୍ଦ୍ର ଓରାମ ଅନଶନରେ ବସିଥିଲେ।

ରେଙ୍ଗାଲିର ସ୍ବାଧୀନ ଏକତା ସଙ୍ଗଠନର ସଭାପତି ରାଜୀବ କୁମାର ମିଶ୍ର ଏବଂ ଉପ-ସଭାପତି ଅମିତା ସାହୁ ଅନଶନ ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଅପରପକ୍ଷରେ ଆଜି ଏନ୍.ଏଲ୍.ସିର ମୁଖ୍ୟ ସୁରେଶ ସୁମନ ଆନ୍ଦୋଳନ ସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନଥିବା ଜଣାପଡିଛି।

Comments are closed.