ଖୋଲିଲା ଧାର୍ମିକ ସ୍ଥଳୀ, ସପିଂମଲ୍‍, ରେସ୍ତୋରାଁ ଏବଂ ହୋଟେଲ୍‍

ସରକାରୀ ନିୟମର କଡ଼ାକଡ଼ି ପାଳନ କରିବାକୁ ହେବ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‍-୧୯ ଯୋଗୁଁ ବନ୍ଦ ରହିଥିବା ଧାର୍ମିକ ସ୍ଥଳୀ, ସପିଂମଲ୍‍, ରେସ୍ତୋରାଁ, ହୋଟେଲ୍‍ ଆଦି ସୋମବାର ଠାରୁ ଖୋଲିବା ଆରମ୍ଭ କରିଛି। ତେବେ ଏଗୁଡ଼ିକୁ କିଛି ସର୍ତ୍ତାବଳୀ ସହ ଖୋଲାଯାଇଛି। କେବଳ ଅଣ କଣ୍ଟେନମେଣ୍ଟ୍‍ ଜୋନରେ ଏଗୁଡ଼ିକ ଖୋଲିଛି। ସେହି ସଂସ୍ଥାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଶାରିରୀକ ଦୂରତର ନିୟମର କଡ଼ାକଡ଼ି ପାଳନ କରିବାକୁ ହେବ। ତେବେ  ଅନେକ ରାଜ୍ୟରେ ଲୋକମାନଙ୍କର ଭିଡ଼ ଓ ଶାରୀରିକ ଦୂରତା ଜନିତ ସମସ୍ୟାକୁ ନେଇ ଆଜି ବଡ଼ବଡ଼ ଧାର୍ମିକପୀଠଗୁଡ଼ିକ ଖୋଲିିବନାହିଁ।
ସପିଂମଲ୍‍ଗୁଡ଼ିକରେ କେବଳ ଭୂତାଣୁ ସଂକ୍ରମଣର ଲକ୍ଷଣ ନଥିବା କର୍ମଚାରୀ ଓ ଗ୍ରାହକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। କିନ୍ତୁ ସେଗୁଡ଼ିକରେ ଥିବା ପିଲାମାନଙ୍କ ପାଇଁ ଖେଳିବାସ୍ଥାନ, ସିନେମା ହଲ୍‍ ଓ କ୍ରୀଡ଼ାସ୍ଥଳୀଗୁଡ଼ିକୁ ବନ୍ଦ ରହିିବ। ମଲ୍‍ଗୁଡ଼ିକର ପରିଚାଳନା ମଣ୍ଡଳୀଗୁଡ଼ିକୁ ଶାରୀରିକ ଦୂରତା ନିୟମର କଡ଼ାକଡ଼ି ପାଳନ ପାଇଁ ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ମୁତୟନ କରିବାକୁ କୁହାଯାଇଛି। ଫୁଡ କୋର୍ଟଗୁଡ଼ିକରେ ଶତକଡ଼ା ୫୦ଭାଗ ଗ୍ରାହକଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଛି।

Comments are closed.