ସାମ୍ବାଦିକ ସଂଘ ଓ ପୁଣ୍ୟ ଉତ୍କଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ମୁରିବାହାଲ: ସାରା ରାଜ୍ୟରେ କରୋନା ମହାମାରୀ ବଢି ଚାଲୁଥିବା ବେଲେ ଅସହାୟ ବ୍ୟକ୍ତିମାନଙ୍କୁ ମୁରିବାହାଲ ବ୍ଲକ ସାମ୍ବାଦିକ ସଂଘ ତତ୍ୱାବଧାନରେ ପୁଣ୍ୟ ଉତ୍କଳ ଶାଖା ପକ୍ଷରୁ ବିଭିନ୍ନ ଗ୍ରାମର ଅସହାୟଙ୍କୁ ଶୁଖିଲା ଖାଦ୍ୟ ବନ୍ଟନ କରାଯାଇଛି।ପୁଣ୍ୟ ଉତ୍କଳ ଶାଖାର ଅଧକ୍ଷ ମନୋରଞନ ମହାପାତ୍ରଙ୍କ ପରାମର୍ଶରେ ବଲାଙ୍ଗିର ପୁଣ୍ୟ ଉତ୍କଳ ଶାଖା ସଭାପତି ଗୀତାଞଳୀ ଦାସଙ୍କ ନେତୃତ୍ୱରେ ବ୍ଲକର ଯମୁନା,ତେନ୍ତୁଲିଖୁନ୍ଟି,ଡଙ୍ଗରପଡା ଓ ଘନ୍ଟବାହାଲ ଗ୍ରାମର ବୃଦ୍ଦ,ବୃଦ୍ଦା,ଅସହାୟ,ବିକଲାଙ୍ଗ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବନ୍ଟନ ସହ ସଚେତନତା କରାଯାଇଥିଲା।ଏଥିରେ ସାମ୍ବାଦିକ ସଂଘର ଭଗବାନ ମହାନ୍ତି, ଦୁର୍ଗାନନ୍ଦ ମହାକୁର, ନିମାଇଁ ଚରଣ ବଘାର, ସୁବ୍ରତ ମହାକୁର, ଶରତପତି ଷାଣ୍ଢ, ସୁୁଦାମ ବଘାର ଓ ପ୍ର‘ୁଲ୍ଲ ବଘାର ସମେତ ଗ୍ରାମର ବିରାଜ ମହାନ୍ତି,ବିଜୟ କମ୍ପ ଓକବି ମହାକୁର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.