ରିଲାଏନ୍ସ ଜିଓର ତୃତୀୟ ତ୍ରୟମାସ ନେଟ ଲାଭ ୨୮.୩ ପ୍ରତିଶତ ବୃଦ୍ଧି ସହ ୪୬୩୮ କୋଟି ଟଙ୍କା

ଭୁବନେଶ୍ୱର: ଦେଶର ସର୍ବବୃହତ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଅକ୍ଟୋବର ରୁ ଡିସେମ୍ବର ତ୍ରୟମାସରେ କମ୍ପାନୀର ନେଟ ଲାଭ ଗତ ବର୍ଷ ତୁଳନାରେ ୨୮.୩ ପ୍ରତିଶତ ବୃଦ୍ଧି ପାଇ ୪୬୩୮ କୋଟି ଟଙ୍କାରେ ପହଂଚିଛି । ଗତ ବର୍ଷ ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୩୬୧୫ କୋଟି ଟଙ୍କା ରହିଥିଲା ।
ସେହିଭଳି ଗତବର୍ଷର ତୃତୀୟ ତ୍ରୟମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀର ମୋଟ ପରିଚାଳନାଗତ ରାଜସ୍ବ ଆୟ ୨୨୯୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
Comments are closed.