ରିଲାଏନ୍ସ ଜୁଏଲ୍ସ, ଚଳିତ ଅକ୍ଷୟ ତୃତୀୟାରେ “ରନ୍‌କାର” କଲେକ୍‌ସନର ଶୁଭାରମ୍ଭ କରିଛି

- ଉତ୍କୃଷ୍ଟ ଜୁଏଲାରୀର ଏକ ଆକର୍ଷଣୀୟ ରେଞ୍ଜ ଯାହାକି କଚ୍ଛର କଳା ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ

ଭୁବନେଶ୍ୱର : ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ କଳା ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ଅନେକ ଗୁଡ଼ିଏ କଲେକ୍‌ସନ ପାଇଁ ଜଣାଶୁଣା । ଏଥି ମଧ୍ୟରେ ସାମିଲ୍ ରହିଛି ପାରମ୍ପରିକ ବିଶ୍ୱାସ ଯେଉଁଥିରେ ଭାରତର ସମୃଦ୍ଧ ଓ ବ୍ୟାପକ ଐତିହ୍ୟ ପ୍ରତିଫଳିତ ହୋଇଥାଏ । ଓଡ଼ିଶାରୁ ଅନୁପ୍ରେରିତ ଉତ୍କଳ ଓ ବନାରସରୁ ଅନୁପ୍ରେରିତ କାସୟମ ସହିତ ରିଲାଏନ୍‌ସ ଜୁଏଲ୍‌ସ ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ ଜୁଏଲାରୀ ଡିଜାଇନ୍ ମାଧ୍ୟମରେ ଏହାର ଗ୍ରାହକମାନଙ୍କ ନିକଟକୁ ଆଣିବା ଜାରି ରଖିଛି ।

 

ରିଲାଏନ୍‌ସ ଜୁଏଲ୍‌ସ ଫାଇନ୍ ଜୁଏଲାରୀର ଏକ ଆକର୍ଷଣୀୟ କଲେକ୍‌ସନ ‘ରନ୍‌କାର’ ର ଶୁଭାରମ୍ଭ କରିଛି । ଏହାକୁ ବିଶେଷ ଭାବରେ ଅକ୍ଷୟ ତୃତୀୟାର ସ୍ୱତନ୍ତ୍ର ଅବସର ପାଇଁ ପ୍ରସ୍ତୁତ କରାଯାଇଛି । ଏହି କଲେକ୍‌ସନଟି କଚ୍ଛର ରଣ ତଥା ବ୍ୟାପକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ । କଚ୍ଛ ହେଉଛି ଆକର୍ଷଣୀୟ ଧଳା ରଣଙ୍କ ସ୍ଥାନ ଓ ଅନେକ ଗୁଡ଼ିଏ କଲରର ସମନ୍ୱୟ । ଗ୍ରାହକମାନେ ଅନେକ ଗୁଡ଼ିଏ ଆକର୍ଷଣୀୟ କଳାକୃତି ଓ ସୂକ୍ଷ୍ମ କାରିଗରିର ଜୁଏଲାରୀ ପାଇପାରିବେ ଯାହାକି କଚ୍ଛର ଉତ୍କୃଷ୍ଟ କଳାକୃତିରେ ପ୍ରସ୍ତୁତ – ଯଥା ଏକ ପୁରାତନ ବ୍ଲକ୍ ପ୍ରିଂଟିଂ ଟେକ୍‌ନିକ୍‌, ରୋଗନ୍ – ପ୍ରାକୃତିକ କଲରର ବ୍ୟବହାର କରି ଏକ ସୁନ୍ଦର ପେଂଟିଂ, ଲିପନ୍ – ଉତ୍କୃଷ୍ଟ କାରିଗରି ଯେଉଁଥିରେ କାନ୍ଥରେ ଦର୍ପଣ ଖୋଦିତ ହୋଇଥାଏ, ଉତ୍କୃଷ୍ଟ କଚ୍ଛ ଏମ୍ବ୍ରୋଇଡୋରି, ବନ୍ଧନି – ଏକ ଲୋକପ୍ରିୟ ଟାଏ-ଆଣ୍ଡ-ଡାଏ ଟେକନିକ୍ ଯାହାକୁ ଅନେକଙ୍କ ଦ୍ୱାରା ପସନ୍ଦ କରାଯାଇଥାଏ ଓ ପରିଶେଷରେ କଚ୍ଛର ସୁନ୍ଦର କାଠ କାମ ।

 

ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପାଳନ କରିବା ପାଇଁ ଓ ଗ୍ରାହକମାନଙ୍କ ପାଇଁ ଅକ୍ଷୟ ତୃତୀୟା ଅବସରକୁ ସ୍ମରଣୀୟ କରିବା ନିମନ୍ତେ, ରିଲାଏନ୍‌ସ ଜୁଏଲ୍‌ସ କଚ୍ଛର କଳାକୃତି ସହିତ ଆକର୍ଷଣୀୟ କଲେକ୍‌ସନ ପ୍ରସ୍ତୁତ କରିଛି ଯେଉଁଥିରେ ରହିଛି ସୁନା ଓ ହୀରାରେ ନିର୍ମିତ ଚମତ୍କାର ପେଣ୍ଡାଂଟ ସେଟ୍‌, ଇୟରିଂ, ରିଙ୍ଗ ଓ ଚୁଡ଼ି ଇତ୍ୟଦାି ।

 

ଏହି କଲେକ୍‌ସନରେ ଆକର୍ଷଣୀୟ ଓ ସୁନ୍ଦର ଚୋକର ସେଟ୍ ଓ ଆକର୍ଷଣୀୟ ନେକଲେସ୍ ସେଟ୍ ରହିଛି । ଏହା ସହିତ ଚୁଡ଼ି ଓ ମୁଦିର ୨୨ କ୍ୟାରେଟର ସୁନ୍ଦର ଡିଜାଇନମାନ ମଧ୍ୟ ପ୍ରସ୍ତୁତ କରାଯାଇଛି ଯେଉଁଥିରେ କଚ୍ଛର କଳାକୃତିକୁ ଜୀବନ୍ତ ଭାବରେ ଉପସ୍ଥାପିତ କରାଯାଇଛି । ରଣକୁ ଉପସ୍ଥାପିତ କରୁଥିବା ଆକର୍ଷଣୀୟ ପର୍ଲସ ସହିତ ନୀଳ ଓ ଲାଲ୍ ଏନାମେଲିଂ କାର୍ଯ୍ୟ ଅଜରଖ୍ ଓ ବନ୍ଧନିକୁ ଉପସ୍ଥାପିତ କରିଥାଏ । କଚ୍ଛ କାଠ କାର୍ଯ୍ୟର କଳାକୃତିକୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ଅବସର ଓ ବଜେଟ୍ ପାଇଁ ବ୍ୟାପକ ସ୍ତରୀୟ ସୁଟ୍ ରହିଛି । ଗୋଲ୍‌ଡ କଲେକ୍‌ସନରେ ଡିଜାଇନରେ ଅନ୍ତର୍ଭୁକ୍ତ ରହିଛି ଆକର୍ଷଣୀୟ ଫିଲିଗ୍ରୀ କାମ ଓ ଟେମ୍ପଲ୍ ଷ୍ଟାଇଲ୍ ଜୁଏଲାରୀ ଯେଉଁଥିରେ ମୀନାକାରି ଓ କୁନ୍ଦନ କଳାକୃତି ରହିଛିି ।

 

ରନ୍‌କାର କଲେକ୍‌ସନର ଡାଏମଣ୍ଡ ଡିଜାଇନ୍ କଚ୍ଛର ସୁନ୍ଦରତା ପରି ସ୍ୱତନ୍ତ୍ର ଓ ମନୋରମ । ଚମତ୍କାର ଡାଏମଣ୍ଡ ନେକଲେସ୍ ସେଟ୍‌, ପେଣ୍ଡାଂଟ ସେଟ୍ ଓ ରିଙ୍ଗ କଚ୍ଛର କଳାକୃତିକୁ ବିଭିନ୍ନ ଉପାୟରେ ପ୍ରଦର୍ଶିତ କରିଥାଏ । ଆକର୍ଷଣୀୟ ନେକଲେସ୍ ସେଟ୍ ଅଜରଖ୍ ଓ ବନ୍ଧନି କଳାକୃତିକୁ ସୁନ୍ଦର ଏନାମେଲିଂ ନୀଳ ଓ ଲାଲ୍ ଆକାରରେ ଉପସ୍ଥାପିତ କରିଥାଏ ଯେଉଁଥିରେ ଚମତ୍କାର ହୀରା ଖଚିତ ହୋଇଥାଏ । ରଣକର କଲେକ୍‌ସନରେ ଡାଏମଣ୍ଡ ସେଟିଂ ମଧ୍ୟ ସ୍ୱତନ୍ତ୍ର ଯାହାକି କଳାକୃତିକୁ ସୁନ୍ଦର ଭାବରେ ଉପସ୍ଥାପିତ କରିଥାଏ । ସୁନ୍ଦର କଚ୍ଛ ଏମ୍ବ୍ରୋଇଡୋରି ଡାଏମଣ୍ଡ ରେଞ୍ଜରେ ଅନେକ ଗୁଡ଼ିଏ କଳାକୃତିକୁ ଅନୁପ୍ରେରିତ କରିଥାଏ ଓ ଏହା ଆଧୁନିକ ଓ ସମସାମୟିକ ଡିଜାଇନ୍ ପ୍ରଦାନ କରେ ଯାହା ସମସ୍ତ ପ୍ରକାର ପାର୍ବଣ, ବ୍ରାଇଡାଲ୍ ଓ ସମସାମୟିକ ଲୁକ୍ ପାଇଁ ଅତ୍ୟନ୍ତ ଉପଯୋଗୀ ।

 

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଭାରତର ସଂସ୍କୃତି ଓ ଐତିହ୍ୟ ଅତ୍ୟନ୍ତ ଉନ୍ନତ ଓ ସମୃଦ୍ଧ । ଆମର କଳା ଓ ସଂସ୍କୃତି ଆଧାରରେ ଆମେ ଆମର ଜୁଏଲାରୀ ଡିଜାଇନର କଳାକୃତିଗୁଡ଼ିକୁ ପ୍ରସ୍ତୁତ କରିଛୁ । ଅକ୍ଷୟ ତୃତୀୟାର ଶୁଭ ଅବସରରେ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସୌଭାଗ୍ୟ ଓ ସମୃଦ୍ଧି ଆଣିଥାଏ, ଅନେକ “ରନ୍‌କାର” ଡିଜାଇନର ଉପସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ

Comments are closed.