ଅଭିଯୋଗକାରୀଙ୍କୁ ମିଳିଲା ହଜିଥିବା ମୋବାଇଲ ଓ ଟଙ୍କା

ରେଙ୍ଗାଲି କ୍ୟାମ୍ପ : ସାମ୍ପ୍ରତିକ ସ୍ଥିତିରେ ମୋବାଇଲ ହଜିବା ଘଟଣା ନିତିଦିନିଆ ହୋଇଯାଇଛି ।  ଗତ ୦୬.୦୯.୨୦୨୧ ରିଖ ଦିନ ସନ୍ଧ୍ୟା ସମୟରେ ଦେବାହାଲ ଗାଁର ବାବୁଲାଲ ସାହୁ ଅତାବିରାରୁ ନିଜ ବ୍ୟକ୍ତିଗତ କାମ ସାରି, ତାଙ୍କ  ଘରକୁ ଯାଉଥିବା ସମୟରେ ରେଙ୍ଗାଲିକେମ୍ପ ପଥର ଖୁଦାନ ମଧ୍ୟରେ ତାଙ୍କ ମୋବାଇଲ କେଉଁଠାରେ ହଜିଗଲା । ଏହି ସଂକ୍ରାନ୍ତ ରେ ସେ ଅତାବିରା ଥାନାରେ ଅଭିଯୋଗ କରିଥିଲେ ।  ଅତାବିରା ପୁଲିସ ଅଧିକାରୀ  ଦିଲୀପ ବେହେରା ଏହାର  ତଦନ୍ତ  କରି ହଜିଥିବା  ମୋବାଇଲ ସାଇବର୍ ସେଲ୍ ର ସାହାଯ୍ୟରେ ଉଦ୍ଧାର କରିଥିଲେ ଏବଂ ମୋବାଇଲ ଖୋଳ ମଧ୍ୟରେ ଥିବା ୩୦୦୦ ଟଙ୍କାକୁ ଉଦ୍ଧାର କରି ଉକ୍ତ ଅଭିଯୋଗକାରୀ ବାବୁଲାଲ ସାହୁଙ୍କୁ ଉକ୍ତ  ଟଙ୍କା ଓ ମୋବାଇଲ୍ ଫୋନ୍ ଅତାବିରା  ପୁଲିସ  ହସ୍ତାନ୍ତର କଲେ ।

Comments are closed.