ନୂଆଁ ବାଟିମୁଣ୍ଡାରେ ବର୍ଷାଜଳ ସଂରକ୍ଷଣ ପାଇଁ ସଚେତନତା ରାଲି

ରେଙ୍ଗାଲିକେମ୍ପ : ବର୍ତ୍ତମାନ ପରିସ୍ଥିତିରେ ଜଳର ଅଭାବ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣ କରିବା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। କିନ୍ତୁ ଲୋକେ ସଚେତନ ନ ହେବା ପର୍ୟ୍ୟନ୍ତ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ଚିନ୍ତା କରିବା ବ୍ୟର୍ଥ ଅଟେ। କାରଣ ଯେ କୌଣସି ବ୍ୟବସ୍ଥାକୁ ,ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଥମେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଏହାକୁ ହୃଦବୋଧ କରି ଅତାବିରା ବ୍ଲକ ସିଲେଟ ପଞ୍ଚାୟତ ର ନୂଆଁ ବାଟିମୁଣ୍ଡା ଗ୍ରାମରେ ଜୀବନ ଜ୍ୟୋତି କ୍ରୀଡା ସଂସଦ ପକ୍ଷରୁ ଜଳ ସଂରକ୍ଷଣ ପାଇଁ ଏକ ବିରାଟ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲା। ଏହାପରେ ଏକ ସାଧାରଣ ବୈଠକ ହୋଇଥିଲା ଯେଉଁଥିରେ କ୍ରୀଡା ସଂସଦର ସଭାପତି ନରୋତ୍ତମ ସାହୁ ଜଳ ସଂରକ୍ଷଣ କରିବା ପାଇଁ ଆଜିର ଯୁବ ପିଢ଼ି ମାନଙ୍କୁ ଆହ୍ବାନ ଦେଇଥିଲେ। ସଂସଦର ଯୁବକ ମାନେ ଜଳ ସଂରକ୍ଷଣ କରିବା ପାଇଁ ପ୍ରଥମେ ଶପଥ ପାଠ କରିଥିଲେ। ସମାଜ ସେବୀ ଜ୍ୟୋତି କୁମାରୀ ବେହେରା ଓ ମୁନା ନାଏକ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ନେହେରୁ ଯୁବକେନ୍ଦ୍ର ବରଗଡ଼ ର ପ୍ରେରଣା କ୍ରମେ ଏହି ସଚେତନତା ରାଲି କରାଯାଇଥିବା ବେଳେ ହେମନ୍ତ ଭୁଏ,ଜିତୁ ପଟ୍ଟନାୟକ,କୁନା ଭୁଏ,ତ୍ରିନାଥ କାଲୋ ତଥା ଗ୍ରାମର ଯୁବକ ଯୁବତୀ ମାନେ ସହଯୋଗ କରିଥିଲେ।ପଙ୍କଜ ମିର୍ଦ୍ଧା ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.