ରାଜ୍ୟରେ କମିଲା ବସ୍ ଭଡା

ଭୁବନେଶ୍ବର : ତୈଳ ଦର କମିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ ଭଡା ହ୍ରାସ କରାଯାଇଛି । ସାଧାରଣ ବସ୍ ଭଡା କିଲୋମିଟର ପିଛା ୯୨ ପଇସାରୁ ୮୭ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୯୬ ରୁ ୯୧ ପଇସାକୁ ହ୍ରାସ ଘଟିଛି ।

ଅନ୍ୟପକ୍ଷରେ ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ଟ ୧.୩୫ ରୁ ଟ ୧.୨୫କୁ କମାଇ ଦିଆଯାଇଛି । ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ଟ ୧.୬୩ ରୁ ଟ ୧.୫୩ ପଇସାକୁ ହ୍ରାସ ପାଇଛି । ସୁପର ପ୍ରିମିୟମ ବସ୍ ଭଡା କିଲୋମିଟର ପିଛା ୨ ଟଙ୍କା ୫୩ ପଇସାରୁ ୨ ଟଙ୍କା ୩୮ ପଇସାକୁ ହ୍ରାସ କରାଯାଇଛି।

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭାଟ୍ କମାଇ ଦିଆଯାଇଛି। ଫଳରେ ରାଜ୍ୟରେ ତୈଳ ଦର ହ୍ରାସ ପାଇଛି।

Comments are closed.