ରେଡମି ୯ ପାୱାରର ବିକ୍ରି ଆରମ୍ଭ

ମୂଲ୍ୟ ମାତ୍ର ୧୦ହଜାର ୯୯୯ଟଙ୍କା

ନୂଆଦିଲ୍ଲୀ : ଗତ ସପ୍ତାହରେ ସିଓମିର ବ୍ରାଣ୍ଡ ରେଡମି ଇଣ୍ଡିଆ ଏହାର ନୂତନ ସ୍ମାର୍ଟଫୋନ୍ ରେଡମି ପାୱାରକୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା। ରେଡମି ପାୱାରରେ କ୍ୱାଡ କ୍ୟାମେରା ସେଟଅପ୍ ଦିଆଯାଇଛି | ଏହି ଫୋନରେ ୱାଟରଡ୍ରପ୍ ନଚ୍ ଡିସପ୍ଲେ ରହିଛି। ଏହା ବ୍ୟତୀତ, ରେଡମି ୯ ପାୱାରରେ MIUI ୧୨ ଦିଆଯାଇଛି। ଆଜିଠାରୁ ଏହି ଫୋନର ବିକ୍ରି ଆରମ୍ଭ ହୋଇଛି।
ରେଡମି ୯ପାୱାର ମୂଲ୍ୟ
ରେଡମି ୯ ପାୱାରର ୪ ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜର ମୂଲ୍ୟ ୧୦ ହଜାର ୯୯୯ ଟଙ୍କା ଥିବାବେଳେ ଏହାର ୪ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୧୧ହଜାର ୯୯୯ଟଙ୍କା ରହିଛି।
ରେଡମି ୯ ପାୱାରର କ୍ୟାମେରା
ଏହି ଫୋନରେ ଚାରୋଟି ପଛ କ୍ୟାମେରା ରହିଛି। ଯେଉଁଥିରେ ମୁଖ୍ୟ ଲେନ୍ସ ୪୮ ମେଗାପିକ୍ସେଲ, ଦ୍ୱିତୀୟ ଲେନ୍ସ ୮ ମେଗାପିକ୍ସେଲ ଅଲଟ୍ରା ୱାଇଡ୍ ଆଙ୍ଗଲ୍, ତୃତୀୟ ଲେନ୍ସ ୨ ମେଗାପିକ୍ସେଲ ମାକ୍ରୋ ଏବଂ ଚତୁର୍ଥ ଲେନ୍ସ ୨ ମେଗାପିକ୍ସେଲ ଗଭୀରତା ସେନସର ସହିତ ରହିଛି। ଏହି ଫୋନରେ ସେଲଫି ପାଇଁ ୮ ମେଗାପିକ୍ସେଲ ଲେନ୍ସ ରହିଛି।
ଫୋନରେ ୪ଜି VoLTE, ଡୁଆଲ୍ ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍ v୫.୦, ଜିପିଏସ୍, ଆଇଆର ବ୍ଲାଷ୍ଟର, ଟାଇପ୍-ସି ପୋର୍ଟ ଏବଂ ୩.୫ ମିମି ହେଡଫୋନ୍ ଜ୍ୟାକ୍ ରହିଛି। ଏଥିରେ ୬ହଜାର ଏମ୍‌ଏଚ୍ ବ୍ୟାଟେରୀ ଦିଆଯାଇଛି।

Comments are closed.