ରେଡକ୍ରସ ପକ୍ଷରୁ “କରୋନା” ସଚେତନତା କାର୍ଯ୍ୟକ୍ରମ

ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ କରୋନାକୁ ବିଶ୍ଵ ମହାମାରୀ ଘୋଷଣା କରିବା ପରେ ସମଗ୍ର ବିଶ୍ବରେ ଆତଙ୍କ ଖେଳିଯାଇଛି। ଏନେଇ ରେଡକ୍ରସ ସାରା ବିଶ୍ଵକୁ ଭୟଭୀତ ନହେବା ପାଇଁ ବାର୍ତ୍ତା ଦେଉଚ୍ଛି। ଆମେ ଯଦି ନିଜର ତଥା ନିଜ ପରିବେଶର ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ଦେବା ତେବେ ନିଶ୍ଚୟ କରୋନାକୁ ଜୟ କରି ପାରିବା I ଏଥିପାଇଁ ରେଡ଼କ୍ରସ ଭୁବନେଶ୍ଵର ର ବିଭିନ୍ନ ଅଂଚଳରେ ବୁଲି କିପରି ତିନଟି କାର୍ଯ୍ୟ ଦ୍ଵାରା ଏହି ଜୀବାଣୁକୁ ରୋକାଯାଇ ପାରିବ ତାହା ଲୋକଙ୍କୁ ସଚେତନ କରାଇଥିଲେI ସେଥିରୁ ପ୍ରଥମେ ହାତ ର ପରିଚ୍ଛନ୍ନତା କିପରି ଛଅଟି ପଦ୍ଧତି ରେ କରାଯାଇ ପାରିବ ତାହାକୁ ସେମାନେ ଲୋକମାନଙ୍କୁ ଶିଖାଇଥିଲେ I ଦ୍ଵିତୀୟ ଟି କିପରି ଶ୍ଵାସ କ୍ରିୟାରେ ସ୍ଵଚ୍ଛତା ଅବଲମ୍ବନ ଆଉ ତୃତୀୟ ଟି କିପରି ଆମେ କରୋନା ରୋଗାକ୍ରାନ୍ତ ଲୋକଙ୍କ ଠୁ ଅତି କମ ରେ ଏକ ମିଟର ଦୂରତା ରକ୍ଷା କଲେ ଆମେ କରୋନାକୁ ଜୟ କରି ପାରିବା ତାହା ସଚେତନ କରିଥିଲେ I ଏଥିରେ ବହୁ ସ୍ଵେଚ୍ଛାସେବୀ ଯୋଗ ଦେଇ ଥିଲେ I

Comments are closed.