ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମିଳିଲା ରେଡକ୍ରସ ପୁରସ୍କାର

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ସ୍ଥାନୀୟ ଜୟଦେଦ ଭବନଠାରେ ଏକ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ସିଟିଏମ୍. ସୁଗୁଣାଙ୍କ ତତ୍ତ୍ୱାବଧାନରେ ସୁଶ୍ରୀ ପ୍ରଣତି ସ୍ୱାଇଁ ଓ ରାଜେନ୍ଦ୍ର କୁମାର ଜେନା-ଶାରୀରିକ ଦିବ୍ୟାଙ୍ଗ, ମାନସ କୁମାର ସାମାଲ, ସାଗରକାନ୍ତ ସେନାପତି-ବାକ୍ ଓ ଶ୍ରବଣଶକ୍ତି ରହିତ, ସନ୍ତୋଷ କୁମାର ମହାରଣା ଓ ରଘୁନାଥ ବାରିକ-ଦୃଷ୍ଟିଶକ୍ତି ବିହୀନ ଏବଂ ମିସ୍ ମିନା ରାଓ ଓ ମିସ୍ ଅନୁପମା ବେହେରା-ମାନସିକ ଅନଗ୍ରସର, ପ୍ରତ୍ୟେକ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଦେଶ ଓ ରାଜ୍ୟ ପାଇଁ ଗୈାରବ ଆଣିଥିବା ଏହି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏକ ମାନପତ୍ର ସହ ଟ୨୫,୦୦୦/- ଟଙ୍କାର ଚେକ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଏହି ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କର ଉଦ୍ୟମ ପାଇଁ ପୁରସ୍କୃତ କରି ନିଜକୁ ଗୌରବାନ୍ୱିତ ମନେ କରୁଛି । ଏତଦ୍ ବ୍ୟତୀତ ଏହି ସଭାରେ ବିଭିନ୍ନ ବର୍ଗର ଅତିଥିମାନେ ଉପସ୍ଥିତ ରହି, ଏହି ଦିବ୍ୟାଙ୍ଗମାନଙ୍କୁ ଦେଶ ଓ ରାଜ୍ୟ ପାଇଁ ସେମାନଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ସମ୍ମାନିତ କାର୍ଯ୍ୟକ୍ରମକୁ ରେଡକ୍ରସର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ, ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ, କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଗୌରୀମଣୀ ବିଶ୍ୱାଳ, ଚନ୍ଦନ କୁମାର ସ୍ୱାଇଁ ସହାୟତା କରିଥିଲେ।

Comments are closed.