ଲାଲ କଙ୍କଡ଼ାର ଦ୍ବୀପ

ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆର କୁଇନ୍‌‌ସଲ୍ୟାଣ୍ଡ ନିକଟସ୍ଥ ଏକ ଦ୍ବୀପ ହେଉଛି କ୍ରିସ୍‌‌ମାସ୍‌ ଦ୍ବୀପ, ସ୍ଥାନୀୟ ଅଞ୍ଚଳକୁ ନିୟମିତ ଭାବେ ହଜାରହଜାର ପର୍ୟ୍ୟଟକ ଆସିଥାନ୍ତି। ପର୍ୟ୍ୟଟକଙ୍କ ଭିଡ଼ ପଛର ମୁଖ୍ୟ କାରଣ ହେଲା ସେହି ଅଞ୍ଚଳରେ ହେଉଥିବା ଲାଲ କଙ୍କଡ଼ାଙ୍କ ଭିଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ। ଏହି ଦ୍ବୀପର ଅନ୍ୟ ନାମ ‘କ୍ରାବ୍ ଆଇଲ୍ୟାଣ୍ଡ’।
ବର୍ଷର ସବୁ ସମୟରେ ସେଠାରେ ଘର, ରେସ୍ତୋରାଁ, ରାସ୍ତାଘାଟରେ ଏହି ଲାଲ କଙ୍କଡ଼ା ଦେଖାଯାଇଥାନ୍ତି। ହେଲେ ଏକ ନିର୍ଦିଷ୍ଟ ସମୟରେ ଏମାନଙ୍କ ସଂଖ୍ୟା ବଢ଼ିଥିବାବେଳେ ରାସ୍ତାଘାଟରେ ମଧ୍ୟ ଚଲାବୁଲା କରିବା କାଠିକର କାମ ହୋଇପଡ଼େ। କାରଣ ଚତୁର୍ଦିଗରେ ଲାଲ କଙ୍କଡ଼ା ଥାନ୍ତି। ୨୮୦ ହେକ୍ଟର ପରିସୀମାବ୍ୟାପ୍ତ ଏହି କଙ୍କଡ଼ା ଦ୍ବୀପରେ କଙ୍କଡ଼ାଙ୍କ ସଂଖ୍ୟା ବଢ଼ିଲେ ରାସ୍ତାଘାଟରେ ଯାନବାହନ ଚଳାଚଳ ବନ୍ଦ କରିବାକୁ ସ୍ଥାନୀୟ ମେୟର୍ କଡ଼ା କଟକଣା କରିଥାନ୍ତି। ଯାନ ଚଳାଚଳ ସମୟରେ ଯଦି କୌଣସି କଙ୍କଡ଼ା ଗାଡ଼ି ତଳେ ଆସି ମରିଯାନ୍ତି, ତେବେ ଚାଳକଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼େ।

Comments are closed.