‘ଅଗ୍ନିପଥ’: ଜୁନ୍‌ ୨୪ରୁ ଆରମ୍ଭ ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧରେ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ‘ଅଗ୍ନିପଥ’ରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। ୨୦୨୨ରେ ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମାକୁ ୨୧ ରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ଏହି ଫୋର୍ସରେ ଯୋଗଦେବାକୁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କୁ ସମୟ ଓ ସୁଯୋଗ ଦେବ। କିନ୍ତୁ କରୋନା ମହାମାରୀ ଯୋଗୁ ଗତ ଦୁଇ ବର୍ଷ ଧରି ଏହା ହୋଇପାରି ନଥିଲା ବୋଲି କହିଛନ୍ତି ଜେନେରାଲ ପାଣ୍ଡେ। ଏଥିସହିତ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ, ଆସନ୍ତା ଶୁକ୍ରବାର ଅର୍ଥାତ୍ ଜୁନ୍ ୨୪ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ଜେନେରାଲ ପାଣ୍ଡେ କହିଛନ୍ତି, ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨ ଦିନ ମଧ୍ୟରେ http://joinindianarmy.nic.inରେ ବିଜ୍ଞପ୍ତି ଜାରି କରାଯିବ। ଏହାପରେ ସେନା ନିଯୁକ୍ତିର ବିସ୍ତୃତ ବିବରଣୀ ଦିଆଯିବ।

Comments are closed.