ଦେଶରେ ଆରୋଗ୍ୟ ହାର ୫୨.୯୬%, ମୃତ୍ୟୁହାର ୩.୩୩%

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ୫୨.୯୬%କୁ ବୃଦ୍ଧି ପାଇଛି। ତେବେ ଗତ ୨୪ଘଣ୍ଟା ମଧ୍ୟରେ ୭ହଜାର ୩୯୦ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ପରେ ଦେଶରେ ଏଯାବତ ମୋଟ୍‍ ୧ଲକ୍ଷ ୯୪ହଜାର ୩୨୫ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ସେହିପରି ଗୋଟିଏ ଦିନରେ ଆଉ ୩୩୪ଜଣଙ୍କର ମୃତ୍ୟୁ ଘଟିବାରୁ କରୋନା ମୃତ୍ୟୁସଂଖ୍ୟା ୧୨ହଜାର ୨୩୭ଛୁଇଁଛି। ଏଥିସହିତ କରୋନା ମୃତ୍ୟୁହାର  ୩.୩୩ ପ୍ରତିଶତକୁ ବୃଦ୍ଧି ପାଇଛି।

ଦେଶରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧ ଲକ୍ଷ ୬୦ହଜାର ୩୮୪ ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୧୨ହଜାର ୮୮୧ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୩ଲକ୍ଷ ୬୬ହଜାର ୯୪୬ରହିଛି।
ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇ.ସି.ଏମ୍‍.ଆର୍‍. କହିଛି ଗତ ୨୪ଘଣ୍ଟା ଭିତରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ୧ଲକ୍ଷ ୬୫ହଜାର ୪୧୨ଟି ନମୂନା ପରୀକ୍ଷା କରାଯାଇଛି। କୌଣସି ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ନମୂନା ପରୀକ୍ଷଣ। ଦେଶରେ ଏପର୍ଯ୍ୟନ୍ତ ୬୨ଲକ୍ଷ ୪୯ହଜାର ୬୬୮ଟି ନମୂନା ପରୀକ୍ଷା କରାଯାଇଛି।
ଆଇସିଏମ୍‍ଆର୍‍ କୋଭିଡ ନମୂନା ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା ଜାରି ରଖିଛି। ଦେଶରେ ଏପର୍ଯ୍ୟନ୍ତ ୯୫୩ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି। ଯାହାମଧ୍ୟରେ ୬୯୯ଟି ସରକାରୀ ପରୀକ୍ଷାଗାର ଓ ୨୫୪ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.