ଆମେରିକାରେ ଗୋଟିଏ ଦିନରେ କରୋନାରେ ରେକର୍ଡ ସଂଖ୍ୟକ ୩ ହଜାର ମୃତ୍ୟୁ : ଜାତିସଂଘର ଉଦବେଗ

ୱାଶିଂଟନ : କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱବ୍ୟାପୀ ଟୀକାକରଣକୁ ନେଇ ଲାଗି ରହିଥିବା ଚ୍ୟାଲେଞ୍ଜ ମଧ୍ୟରେ ଆମେରିକାରେ କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଗୋଟିଏ ଦିନରେ ତିନି ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

କୋଭିଡ ଟ୍ରାକିଂ ପ୍ରୋଜେକ୍ଟ ଅନୁଯାୟୀ, ଗତକାଲି ଆମେରିକାରେ ୩,୦୪୫ ଲୋକ ସଂକ୍ରମଣରେ ପ୍ରାଣ ହରାଇଛନ୍ତି, ଯାହାକି ଗୋଟିଏ ଦିନରେ ସର୍ବାଧିକ। ଏହା ପୂର୍ବରୁ ମେ ୭ରେ ୨,୭୬୯ ଲୋକ ସଂକ୍ରମଣରେ ପ୍ରାଣ ହରାଇଥିଲେ। ବୁଧବାର ଦେଶରେ ୧୮ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା। ଏବେ  ଆମେରିକାରେ ୨ ଲକ୍ଷ ୧୦ ହଜାର ସଂକ୍ରମଣ ମାମଲା ରହିଛି ଏବଂ ୧ ଲକ୍ଷ ୬ ହଜାର ୬୮୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ସଂକ୍ରମଣ ଦ୍ବାରା ଆମେରିକା ସର୍ବାଧିକ ପ୍ରଭାବିତ ଦେଶ ଏବଂ ସଂକ୍ରମଣକୁ ରୋକିବା ପାଇଁ ଅତି କମରେ ଦୁଇଟି ଟିକାକୁ ଶୀଘ୍ର ଅନୁମୋଦନ କରାଯାଇପାରେ।

ଏହି ଘଟଣାକୁ ନେଇ ମିଳିତ ଜାତିସଂଘ ବହୁତ ଉଦବେଗ ପ୍ରକାଶ କରିଛି । ଜାତିସଂଘର ମହାସଚିବ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ଟିକା ଜାତୀୟତାବାଦ ହେତୁ କେତେକ ଧନୀ ଦେଶ ନିଜ ପାଇଁ ବଡ଼ ବ୍ୟବସ୍ଥାମାନ କରୁଛନ୍ତି ଏବଂ ସେମାନେ କେବେ ଟିକା ପାଇବେ ତାହା ମଧ୍ୟ ଦେଖୁଛନ୍ତି । ଏଥି ସହିତ, ବିଶ୍ବର ସମସ୍ତ ଗରିବ ଦେଶ କେବଳ ଏହି ପ୍ରସ୍ତୁତିକୁ କେବଳ ଦେଖିପାରୁଛନ୍ତି। ସେ ସମସ୍ତ ଦେଶକୁ ନିବେଦନ କରିଛନ୍ତି ଯେ,  ଆଫ୍ରିକା ଏବଂ ଅନ୍ୟାନ୍ୟ ଗରିବ ଦେଶରେ ଟିକା ପହଞ୍ଚାଇବା ପାଇଁ ଆଗକୁ ଆସନ୍ତୁ।

ବୖଶ୍ବିକ  ମହାମାରୀ କରୋନା ସାରା ବିଶ୍ୱରେ ୬.୭୫ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥି ସହିତ, ସାଢେ ପନ୍ଦର ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଆମେରିକାର ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନା ଭୂତାଣୁ ବର୍ତ୍ତମାନ ସୁଦ୍ଧା ବିଶ୍ବର ୧୯୨ ଟି ଦେଶର ୬.୮୮ କୋଟି ଲୋକଙ୍କୁ ସଂକ୍ରମିତ କରିଥିବାବେଳେ ୧୫.୬୮ ଲକ୍ଷ ରୋଗୀ ପ୍ରାଣ ହରାଇଛନ୍ତି। ଆମେରିକାରେ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧ କୋଟି ୫୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୨ କୋଟି ୮୯ ଲକ୍ଷ ରୋଗୀଙ୍କ ମୃତ୍ୟୁ ହୋଇଛି।

Comments are closed.