କେଶ ଝଡ଼ିବାର କେତେକ ପ୍ରମୁଖ କାରଣ….

ଆଜିକାଲି ପୁଅ ହୁଅନ୍ତୁ ଅବା ଝିଅ ସମସ୍ତଙ୍କର କେଶ ଝଡ଼ିବା ଏକ ବିରାଟ ସମସ୍ୟା ହୋଇ ଠିଆ ହୋଇଛି। କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ତେବେ କେଶ ଝଡ଼ିବାର କେତେକ ପ୍ରମୁଖ କାରଣ ରହିଛି। ସେହି କାରଣ ଗୁଡ଼ିକୁ ଜାଣିଲେ ଉପଚାର କରିବା ଆମ ପାଇଁ ସହଜ ହେବ। ଆସନ୍ତୁ ଜାଣିବା କେଶ ଝଡ଼ିବାର କେତେକ ପ୍ରମୁଖ କାରଣ ବିଷୟରେ-

-ବିଭିନ୍ନ ପ୍ରକାରର କେମିକାଲ ମିଶ୍ରିତ ସାମଗ୍ରୀର ବ୍ୟବହାର କରିବା କେଶ ଝଡ଼ିବାର ଏକ ମୁଖ୍ୟ କାରଣ ହୋଇଥାଏ।

-ଯଦି ଆପଣଙ୍କ ଶରୀରରେ ଆଇରନର ପରିମାଣ କମ୍ ରହିଥାଏ ତେବେ କେଶ ବହୁତ ପରିମାଣରେ ଝଡ଼ିଥାଏ । ଆଇରନ ହେୟାର ସେଲ ଉତ୍ପାଦନରେ ସାହାଯ୍ୟ କରିଥାଏ।

-ମହିଳାମାନେ ଓଜନ କମ କରିବା ପାଇଁ କ୍ୟାଲେରୀ ଯୁକ୍ତ ଖାଦ୍ୟ ବେଶି ଖାଆନ୍ତି ନାହିାଁ ଏହା ମଧ୍ୟ ଏକ କାରଣ ହୋଇଥାଏ।

-ଥାଇରଏଡ଼ ଗ୍ରନ୍ଥିରେ ଅସନ୍ତୁଳନ ଦେଖାଦେଲେ କେଶ ପ୍ରବଳ ଝଡ଼ିଥାଏ ।

-ଏହା ସହ ମହିଳାମାନେ କେଶକୁ କଲର, ଷ୍ଟ୍ରେଟନିଂ, କର୍ଲି କରିବା ପାଇଁ ବେଶ ପସନ୍ଦ କରୁଛନ୍ତି । ଏହାଦ୍ୱାରା ମଧ୍ୟ କେଶ ଝଡ଼ିଥାଏ ।

-କେଶ ଓଦା ଥାଇ କୁଣ୍ଡାଇଲେ ମଧ୍ୟ କେଶ ଝଡ଼ିଥାଏ ।

Comments are closed.