ଦିବ୍ୟାଙ୍ଗ ଯୁବତୀକୁ ବଳତ୍କାର, ଅଭିଯୁକ୍ତ ଗିରଫ

ରେଙ୍ଗାଲି: କତରବଗା ଥାନା ଅନ୍ତର୍ଗତ କଦଳିପିଟା ଡୁଙ୍ଗୁରିପଡା ଗ୍ରାମ  ଜନୈକ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳତ୍କାର ହୋଇ ଥିବା ସଂକ୍ରାନ୍ତରେ ପୀଡିତାର ମଆ କତରବଗା ଥନାରେ ୨୩ ତାରିଖ ଦିନ ଏତଲା ଦେଇଥିଲେ। ପୁଳିସ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଭଦ୍ର ଖଡିଆକୁ ଗିରଫ କରି ଅଭିଯୁକ୍ତ ଏବଂ ପୀଡିତାର ଡାକ୍ତରୀ ମାଇନା କରାଇଥିଲେ। କେସ୍‍ ନଂ ୨୦୩/୨୩/୧୧/୨୦୨୦ ଦଫା ୩୭୬(୨)(୧) ୫୦୬ ଆଇପିସିରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଳାଣ କରାଯାଇଛି। ଅଦାଳ ରେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ଜେଲ୍‍ ହାଜତରେ ଥିବାର ଜଣାପଡ଼ିଛି।

Comments are closed.