ଚାରୋଟି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ରିଅଲମି ୫ଆଇ

ନୂଆଦିଲ୍ଲୀ : ରିଅଲମିର ନୂଆ ସ୍ମାର୍ଟଫୋନ ରିଅଲମି ୫ଆଇର ଭାରତୀୟ ବଜାର ପ୍ରବେଶ ହୋଇଛି। ପୂର୍ବରୁ ଲଞ୍ଚ ହେଉଛି ଅପଗ୍ରେଡ କ୍ୟାମେରା ଦିଆଯାଇଛି। ଏହାବ୍ୟତୀତ ଏଥିରେ ୫ହଜାର ଏମଏଛଣ ବଡ଼ ବ୍ୟାଟେରି ଦିଆଯାଇଛି।
୪ଜିବି ରାମ ଓ ୬୪ଜିବି ଷ୍ଟୋରେଜ ସହିତ ଭାରତରେ ଏହି ଫୋନକୁ ଲଞ୍ଚ କରାଯାଇଛି। ଯାହାର ମୂଲ୍ୟ ୮ହଜାର ୯୯୯ଟଙ୍କା। ଏହି ଫୋନଟି ୧୫ଜାନୁଆରୀରୁ ଅନଲାଇନ ଷ୍ଟୋର ଫ୍ଲିପକାର୍ଟ ଏବଂ କମ୍ପାନୀର ୱେବସାଇଟରେ ଉପଲବ୍ଧ ହେବ। ରିଅଲମି ୫ଆଇରେ ଜିଓ ପକ୍ଷୀରୁ ୭ହଜାର ୫୦୦ଟଙ୍କାର ଅଫର ମିଳିବ। ଫୋନରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ପାଇ ୯.୦ଆଧାରିତ କଲର ଓଏସ ୬.୦ଦିଆଯାଇଛି। ଫୋନରେ ୬.୫ଇଞ୍ଚର ଫୁଲ ଏଚଡି ପ୍ଲଓ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦/୧୬୦୦ପିକ୍ସଲ ରହିଛି। ଫୋନରେ ୱାଟରଡ୍ରପ ନଞ୍ଚ ଡ଼ିସପ୍ଲେ ମିଳିବ। ଏହାବ୍ୟତୀତ ଏଥିରେ ଗରିଲା ଗ୍ଲାସ ୩ପ୍ଲସର ପ୍ରୋଟେକ୍ସନ ଦିଆଯାଇଛି। ଫୋନରେ ୫ହଜାର ଏମ୍ଏଚ୍ ବ୍ୟାଟେରି ଏବଂ ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ବ୍ଲୁଟୁଥ ୫.୦, ୱାଇ-ଫାଇ ଏବଂ ଜିପିଏସ ଦିଆଯାଇଛି।

 

Comments are closed.