ଅଗଷ୍ଟ ୫ ଓ ୬ରେ ଟପ ଟେନ ରିଏଲିଟି ଶୋର ଅଡିସନ

ଖୁବ ଶୀଘ୍ର ସାଇ ସାଗର କ୍ରିଏସନ ତରଫରୁ ଆରମ୍ଭ ହେବାକୁ ଯାଉଛି ଏକ ସଙ୍ଗୀତ ଓ ନୃତ୍ୟ ଭିତ୍ତିକ ରିଏଲିଟି ଶୋ ଯାହାର ନାମ ରହିଛି ‘ଟପ ଟେନ ରିଏଲିଟି ଶୋ’। ଯେଉଁଥିରେ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ଚାଁହୁଥିବା ପ୍ରତିଭାଦୀପ୍ତ କଳାକାର ଏହି ଶୋ ପାଇଁ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୫ ଓ ୬ ତାରିଖରେ ହେବାକୁ ଥିବା ଅଡିସନରେ ଭାଗ ନେବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି। ଉଭୟ ପୁରୁଷ ଓ ମହିଳା ବିଭାଗରେ ୫ରୁ ୨୨ ବର୍ଷର ପ୍ରତିଯୋଗୀମାନେ ଭାଗ ନେଇ ସେମାନଙ୍କ ଦକ୍ଷତାର ପ୍ରଦର୍ଶନ କରି ପାରିବେ ବୋଲି ଆୟୋଜକ କମିଟି ମୁଖ୍ୟ ପ୍ରସନ୍ନ ଉପାଧ୍ୟାୟ କହିଛନ୍ତି। ଏହି ଅଡିସନରେ ବଛା ଯାଇଥିବା କଳାକାରଙ୍କୁ ନେଇ ନୃତ୍ୟ ଓ ସଙ୍ଗୀତକୁ ପରବର୍ତ୍ତୀ ସମୟରେ ସାଇ ସାଗର କ୍ରିଏସନ ୟୁ ଟ୍ୟୁବ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ତେଣୁ ଆସନ୍ତାକାଲି ବାଳକାଟି ନିକଟସ୍ଥ ପ୍ରତାପ ଶାସନ ଠାରେ ଏହାର ଅଡିସନରେ ପ୍ରତିଯୋଗୀମାନେ ଭାଗ ନେବାକୁ କୁହାଯାଇଛି। ଏହା ବିଷୟରେ ଅଧିକ ଜାଣିବା ପାଇଁ ଫୋନ ନମ୍ବର ୭୩୮୨୮୮୨୯୫୭ରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି।

Comments are closed.