ଫେବୃୟାରୀ ପହିଲାରୁ ‘ମୋ ସରକାର’ରେ ଗ୍ରାମ୍ୟ ଉନ୍ନୟନ ବିଭାଗ

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ‘ମୋ ସରକାର’ କାର୍ଯ୍ୟକ୍ରମରେ ଆସନ୍ତା ଫେବୃୟାରୀ ପହିଲାରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସାମିଲ କରାଯିବ। ଏ ନେଇ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେଉଁ ଗାଁକୁ ରାସ୍ତା ନାହିଁ, ସେହି ଗାଁକୁ ରାସ୍ତା ସଂଯୋଗୀକରଣ କରାଯିବ। ଏହା ବ୍ୟତୀତ ଗ୍ରାମଗୁଡ଼ିକର ବିକାଶ ପାଇଁ କାର୍ଯ୍ୟ କରାଯିବ। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୪୩ଶହ ଗାଁକୁ ରାସ୍ତା ନାହିଁ। ତେବେ ଏହାର ସମୀକ୍ଷା କରାଯାଉଛି। ଏହା ବ୍ୟତୀତ ଜିଲ୍ଲା ସଂଯୋଗୀକରଣ ଯୋଜନାରେ ସଂଶୋଧନ କରାଯାଇ ଅଧିକରୁ ଅଧିକ ରାସ୍ତା ନିର୍ମାଣ କରାଯିବାକୁ ଏହି ଯୋଜନାରେ ବ୍ୟବସ୍ଥା କରାଯିବ । ଅପହଞ୍ଚ ଗାଁ ଚିହ୍ନଟ କାର୍ଯ୍ୟ ପଞ୍ଚାୟତିରାଜ, ଜଙ୍ଗଲ, ପୂର୍ତ୍ତ, ଆଦିବାସୀ ଉନ୍ନୟନ ଓ ଜଳସଂପଦ ବିଭାଗର ସମନ୍ୱୟରେ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।

Comments are closed.