ଏଟିଏମ୍‍ ଶୁଳ୍କ ସମୀକ୍ଷା ପାଇଁ ଆରବିଆଇ ଗଠନ କଲା କମିଟି

ନୂଆଦିଲ୍ଲୀ: ଏ.ଟି.ଏମ୍‍. ଚାର୍ଜ ଓ ଫି’ଗୁଡ଼ିକୁ ଆମୂଳଚୂଳ ସମୀକ୍ଷା କରିବାପାଇଁ ରିଜର୍ଭ ବ୍ୟାଙ୍କ୍‍ ଏକ ଛଅ ଜଣିଆ କମିଟି ଗଠନ କରିଛି। ଏକ ପ୍ରେସ୍‍ ଇସ୍ତାହାରରେ ରିଜର୍ଭ ବ୍ୟାଙ୍କ୍‍ ପକ୍ଷରୁ କୁହାଯାଇଛି, ଭାରତୀୟ ବ୍ୟାଙ୍ଗ୍‍ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.ଜି. କନ୍ନନ୍‍ ଏହି କମିଟିର ଅଧ୍ୟକ୍ଷ ରହିବେ ଏବଂ ନ୍ୟାସ୍‍ନାଲ୍‍ ପେମେଣ୍ଟ କର୍ପୋରେସନ୍‍, ଷ୍ଟେଟ୍‍ ବ୍ୟାଙ୍କ୍‍, ଏଚ୍‍.ଡି.ଏଫ୍‍.ସି. ବ୍ୟାଙ୍କ୍‍, ଏ.ଟି.ଏମ୍‍. ଶିଳ୍ପ ମହାସଂଘ ଓ ଟାଟା କମ୍ୟୁନିକେସନ୍‍ ପେମେଣ୍ଟ ସଲ୍ୟୁସନ୍‍ ଲିମିଟେଡ୍‍ର ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିବେ। ଦୁଇ ମାସ ଭିତରେ ରିପୋର୍ଟ ଦାଖଲ୍‍ କରିବାକୁ କମିଟିକୁ  କୁହାଯାଇଛି।

Comments are closed.