ଜେକେପୁରରୁ କୋଲନରା ବ୍ଲକକୁ ଲମ୍ଫ ମାରିଲା ଡେଙ୍ଗୁ, ରେଳିବାଡ଼ି ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ

ରାୟଗଡ଼ା: ରାୟଗଡା ଜିଲାରେ କୋରନା ପରେ ବର୍ତ୍ତମାନ ଡେଙ୍ଗୁର ପାଦ୍ରୁଭାବ ବଡି ଚାଲିଛି । ଗତ ୨ମାସ ହେବ ଜେକେପୁର ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଥିବା ବେଳେ ବର୍ତ୍ତମାନ କୋଲନରା ବ୍ଲକ ଆଡକୁ ଗତି କରିଛି । କୋଲନରା ବ୍ଲକର ଗୌଡ଼ ରେଲିବାଡ଼ି ଗ୍ରାମରେ ଗତ ଆଠ ଦିନ ହେଲା ଜଣକ ପରେ ଜଣେ ଜ୍ୱରରେ ଆକ୍ରାନ୍ତ ହେଇଛନ୍ତି ।ଆକ୍ରାନ୍ତଙ୍କ ମଧ୍ୟରୁ କେତେ ଜଣ କୋଲନରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।ଅଧିକ ଚିକିତ୍ସା ପାଇଁ ଉକ୍ତ ଗ୍ରାମର ଅନନ୍ତ କଣ୍ଟାବଂଶ ନାମକ ଜଣେ ଵ୍ୟକ୍ତି ପାର୍ବତୀପୁରମ ଯାଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ପେଟେଲେଟ କମିଥିବା ଜାଣି କୋଲନରା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସନ୍ଦେହ ରେ ଆଉ ୧୦ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ରାୟଗଡା ମୂଖ୍ୟ ଚିକିତ୍ସାଲୟକୁ ପଠାଇ ଥିଲେ ।ସେଥି ମଧ୍ୟରୁ ଗୁଣ୍ଡୁଚି କଣ୍ଟାବଂଶ, ଜାନକୀ କଣ୍ଟାବଂଶ, ଗୟାଲା ହାଡ଼ିବଂଶ, ରେଣୁ ହାଡ଼ିବଂଶ, ପ୍ରତାପ କଣ୍ଟାବଂଶ  ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଥିଲା।

 

ରେଳିବାଡ଼ି ଗ୍ରାମରେ ପାଖାପାଖି ଦୁଇ ଶହ ଘର ବସବାସ କରୁଥିବା ବେଳେ ଗାଁରେ ପଚାଶ ପ୍ରତିଶତ ଲୋକେ ମ୍ୟାଲେରିଆ, ସିକିଲିଙ୍ଗ,ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । ଗତ ଦୁଇ ଦିନ ତଳେ ସିକିଲିଙ୍ଗରେ ଆକ୍ରାନ୍ତ ହୋଇ ଜଣେ ଚିକିତ୍ସା ଲୟରେ ଓ ଜଣେ ନିଜ ଗ୍ରାମରେ ପ୍ରାଣ ହୋରାଇ ଥିଲେ ।ରାୟଗଡା ମୁଖ୍ୟ ଚିକିତ୍ସାଲୟପକ୍ଷରୁ ଡାକ୍ତର ଏଲ ଏନ ପୃଷ୍ଟି,କୋଲନରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟର ଡାକ୍ତର ଜ୍ୟୋତ୍ସା ମୟୀ ରାଉତ ,ସ୍ୱାସ୍ଥ୍ୟକର୍ମୀ ଅଞ୍ଜଳିମହାନ୍ତି,ଅଙ୍ଗନବାଡି କର୍ମୀ, ଆଶାକର୍ମୀ ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ସଂଗ୍ରହ କରିଥିଲେ ।ଅପରପକ୍ଷେ ଗୌଡ଼ରେଳିବାଡ଼ି ଗ୍ରାମରେ ପରିମଳ ବ୍ୟବସ୍ଥା ଠିକ ନଥିବା କାରଣରୁ ଏଭଳି ରୋଗରେ ଆମେ ଆକ୍ରାନ୍ତ ହେଉଛୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Comments are closed.