ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ଦଦି କାଡ୍ରାକାଙ୍କୁ ଖଲାସ ଦାବୀ ନେଇ ନୀୟମଗିରୀ ଡଙ୍ଗରିଆଙ୍କ ମେଳି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତର ଟେବାପଡା ଗ୍ରାମରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜଣେ ଜନ ଆନ୍ଦୋଳନକାରୀ ଭାବେ ପରିଚିତ କିନ୍ତୁ ତାଙ୍କୁ ମିଥ୍ୟା ଆକ୍ଷେପ ଦେଇ ଫସାଇ ଦିଆଯାଇଅଛି। ସେହିପରି ନୀୟମଗିରୀ ସୁରକ୍ଷା ମଞ୍ଚର ସଦସ୍ୟ ଦଦି କାଡ୍ରାକାଙ୍କୁ ମଧ୍ୟ ମାଓବାଦୀ ଆକ୍ଷେପ ଦେଇ ଗିରଫ କରାଯାଇଥିବା ଯୋଗୁଁ ବିଚାର ବିମର୍ଷ କରି ଉଭୟଙ୍କୁ ଖଲାସ ଦାବୀ ନେଇ ଆଜି ନିୟମଗିରୀ ପାହାଡ଼ର ଟେବାପଡା ଗାଁରେ ବୈଠକ ଅନୁଷ୍ଠିତ ହୋଇଥିଲା। ନିୟମଗିରୀ ପାହାଡ଼ର ଡଙ୍ଗରିଆ ମିଳିତ ପ୍ରାୟ ୧୫୦ରୁ ଅଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ରାଜ୍ୟ ତଥା ଦେଶର ଆଦିବାସୀ ଡଙ୍ଗରିଆ ଜନଜାତିଙ୍କ ବିଭିନ୍ନ ସମସ୍ୟା ନିଜର କାର୍ଯ୍ୟ ଦାବୀକୁ ନେଇ ମାନ୍ୟବର ସୁପ୍ରିମକୋର୍ଟରେ ଉପସ୍ଥାପନ କରିବା ସହ ଆମ ଅଧିକାର ହକ ଦାବୀରେ ସାମିଲ ହୋଇ ସଂଘର୍ଷ କରୁଥିଲେ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କୁ ମାଓବାଦୀ ଆକ୍ଷେପ କରି ମିଥ୍ୟା ମାମଲା ରୁଜୁ କରି ଜେଲରେ ଭର୍ତ୍ତି କରିଛନ୍ତି । ତେଣୁ ତୁରନ୍ତ ଏହାର ବିଚାର ବିମର୍ଷ କରି ତାଙ୍କୁ ଖଲାସ କରିବା ପାଇଁ ଡଙ୍ଗରିଆ ଦାବୀ କରିଛନ୍ତି। ସେହିପରି ନିୟମଗିରୀ ସୁରକ୍ଷା ସମିତିର ସଦସ୍ୟ ଦଦି କାଡ୍ରାକାଙ୍କୁ ମଧ୍ୟ ମାଓବାଦୀର ଆକ୍ଷେପ କରି ପୁଲିସ ଜେଲରେ ରଖିଛନ୍ତି ତେଣୁ ତାଙ୍କୁ ମଧ୍ୟ ଖଲାସ୍ କରିବା ପାଇଁ ଦାବୀ ହୋଇଛି । କାରଣ ନିୟମଗିରୀର ଏହି ଜନ ଆନ୍ଦୋଳନକୁ ଦିଗହରା କରିବା ପାଇଁ ପୁଲିସ ପ୍ରଶାସନ, କେନ୍ଦ୍ର ଓ ରାଜ୍ୟ ସରକାର ମିଳିତରେ ଏହିଭଳି କରୁଛନ୍ତି ବୋଲି ନିୟମଗିରୀ ସୁରକ୍ଷା ସମିତିର ଯୁବ ସଭାପତି ଦାସୁରୁ କାଡ୍ରାକା, ସମ୍ବାରୁ ହୁଈକା ଅଭିଯୋଗ କରିଛନ୍ତି।

ଅନ୍ୟ ପଟେ ନିୟମଗିରୀ ଅଞ୍ଚଳରେ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଦଲାଲ ବନାଇ ଅନେକ ସମୟରେ ମାଓବାଦୀ ଆକ୍ଷେପ ଦେଇ ଜେଲରେ ଭର୍ତ୍ତି କରାଯାଇଛି। ନିୟମ ଗିରୀରେ ପୁଲିସ କୁମ୍ବିଙ୍ଗ ଅପରେସନ କରି ଯୁବକ ଯୁବତୀମାନଙ୍କୁ ଜୁଲୁମ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ସରକାର ପକ୍ଷରୁ ଯେଉଁ ରାସ୍ତା ଘାଟ ନିର୍ମାଣ କରୁଛନ୍ତି ନିଜସ୍ବ ଇଚ୍ଛାରେ ନିୟମଗିରୀ ସୁରକ୍ଷା ମଞ୍ଚର ବିନା ଅନୁମତି କ୍ରମେ ଏହି ଭଳି ରାସ୍ତା ନିର୍ମାଣ କରି ବେଦାନ୍ତ କାରଖାନାକୁ ପାହାଡ ଟେକି ଦେବା ପାଇଁ ଚକ୍ରାନ୍ତ ଚଲାଇଛନ୍ତି । ତେଣୁ ଏ ସବୁକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ନ ହେଲେ ଆଗାମୀ ଦିନରେ ଲକ୍ ଡାଉନ୍ ହେଉ କିମ୍ବା ସଟ୍ ଡାଉନ୍ ହେଲେ ମଧ୍ୟ ରାଜ ରାସ୍ତାକୁ ଓହ୍ଲାଇବା ସହ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ପଛାଇବୁ ନାହିଁ ବୋଲି ଡଙ୍ଗରିଆ ଚେତାବନୀ ଦେଇଛନ୍ତି। ସରକାର ଆମର ରାଜନୈତିକ କ୍ଷମତା ଓ ଅଧିକାର ଭଳି ଅନେକ ମୌଳିକ ସୁବିଧା ଯୋଗାଇ ଦିଆଯାଉଥିବା କହିଛନ୍ତି। କିନ୍ତୁ ଆଜି ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଜନା ମଧ୍ୟ କାଗଜ କଲମରେ ସିମିତ ରହିଛି। ଆଜି ମଧ୍ୟ ଅବହେଳିତ ହୋଇ ଦିନ କାଟୁଛନ୍ତି ଏହି ଡଙ୍ଗରିଆ କନ୍ଧ ବୋଲି କୃଷ୍ଣ ସିକକା, ଡ୍ରିଞ୍ଜୁ କୃଷିକା, ନିୟମଗିରୀ ସୁରକ୍ଷା ସମିତିର ସଦସ୍ୟ ଉପେନ୍ଦ୍ର ଭାଇ, ଆଦିବାସୀ ଜନଜାତି ମଞ୍ଚର ସଦସ୍ୟ ଖଗେଶ୍ବର ଗଣ୍ଡ ପ୍ରମୁଖ ଅଭିଯୋଗ କରିଛନ୍ତି। ଶେଷରେ ଉପସ୍ଥିତ ଥିବା ଯୁବକ ଯୁବତୀମାନେ ହାତରେ ପ୍ଲା-କାର୍ଡ ଧରି ବିଭିନ୍ନ ନାରାବାଜି ଦେଇ ଗ୍ରାମ ପରିକ୍ରମା କରିଥିଲେ।

Comments are closed.