ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ୬ ଆହତ

ରାୟଗଡା: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଥେରୁବାଲି ଫାଣ୍ଡି ଅନ୍ତର୍ଗତ ବିରିବାଡି ଗ୍ରାମ ନିକଟ ବୁଲାଣି ରାସ୍ତାରେ ଆଜି ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ବିଷମକଟକ ବ୍ଲକ କାଙ୍କୁବାଡ଼ି ଗ୍ରାମର ଗୋଟିଏ ପରିବାର ସମେତ ସଂପର୍କୀୟ ମୋଟ ୭ ଜଣ ଏକ ଅଟୋରେ ରାୟଗଡା ମଝିଘରିଆଣିଙ୍କ ଦର୍ଶନ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ବୁଲାଣି ରାସ୍ତାରେ ବିପରିତ ଦିଗରୁ ଏକ କୁଣ୍ଡା ଵୋଝେଇ ଟ୍ରକ ରାୟଗଡା ଅଭିମୁଖେ ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ।

ସମସ୍ତ ଆହତଙ୍କୁ ଥେରୁବାଲି ଇମ୍ଫା କମ୍ପାନୀ ଅନୁକୂଲ୍ୟରେ ଏକ ଆମ୍ବୁଲାନ୍ସ ଯୋଗେ ରାୟଗଡା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅତ୍ୟନ୍ତ ଗୁରୁତର ହୋଇଥିବା ଥେରୁବାଲି ଫାଣ୍ଡି ଅନ୍ତର୍ଗତ ବୁରୁଜୁଗୁଡା ଗ୍ରାମର ଦେବ କରକରିଆ (୩୦)ଙ୍କ ମେଡିକାଲ ଯିବା ବାଟରେ ମୃତ୍ୟୁ ଘଟିଥିବା ଜଣାପଡିଛି। ବିଷମକଟକ ଥାନା କାଙ୍କୁବାଡ଼ି ଗ୍ରାମର ରଞ୍ଜନ କୁସୁଳିଆ, ସୁମନ କୁସୁଳିଆ, ଗଙ୍ଗା କୁସୁଲିଆ, ମିନତୀ କୁସୁଲିଆ ହୋଇଥିବା ବେଳେ ମୁନିଗୁଡା ଥାନାର ଟିକରପଡା ଗ୍ରାମର ପାୟଲ ବାଗ ଓ ତ୍ରୀଦେଵ ବାଗ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ଥେରୁବାଲି ଫାଣ୍ଡି ଏସଆଇ ଜଗନ୍ନାଥ ବେହେରା ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଅଟୋକୁ ଜବତ କରି ଅଧିକ ତଦନ୍ତ କରୁଛି।

Comments are closed.