ରାୟଗଡା-କୋରାପୁଟ ରେଳ ପଥରେ ଗଛ ପଡି ରାସ୍ତା ଅବରୋଧ

୩ ଘଣ୍ଟା ଅଟକି ରହିଲା ଯାତ୍ରୀବାହୀ ଟ୍ରେନ

ରାୟଗଡା : ଲଘୁଚାପ ଜନିତ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା ସିକରପାଇ ଠାରୁ କେଉଟଗୁଡା ରେଳପଥରେ ମାଟି ଅତଡା ଧସିବା ଗଛ ପଡି ରେଳ ଚଳାଚଳ ବ୍ୟାହତ ହେଇଥିଲା । ସେହିପରି ରେଳ  ଲାଇନ ଉପରେ ଥିବା ଇଲେକ୍ଟ୍ରିକ ତାର ଛିଣ୍ଡି ପଡିବାରୁ ଜଗଦଲପୁର ଠାରୁ ହାୱଡ଼ା ଯାଉଥିବା ସମଲେଶ୍ବରୀ ଟ୍ରେନ ଦୀର୍ଘ ତିନି ଘଣ୍ଟା ଅଟକି ରହିଥିଲା। ଘଟଣା ସ୍ଥଳରେ ରେଳବାଇ ଇଂଜିନିୟର ଟିମ ପହଞ୍ଚି ମରାମତି କାର୍ଯ୍ୟ ଶେଷ କରିବା ସହ ରେଳ ଲାଇନରୁ ଗଛ କାଟି ହଟେଇବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା।

Comments are closed.