ଅବକାରୀ ବିଭାଗ ଚଢଉ ୩୦ଲିଟର ଦେଶୀ ମଦ ଜବତ

କାଶୀପୁର : ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ ମାଳିଙ୍ଗାଁ ଏବଂ ଅମରସିଂଗୁଡା ଗ୍ରାମ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୩୦ ଲିଟର ଦେଶୀ ମଦ ଜବତ କରିବା ସହ ୮୬୦ ଲିଟର ପୋଚ ନଷ୍ଟ କରାଯାଇଛି। ମାଳିଗାଁ ଏବଂ ଅମରସିଂଗୁଡା ଗ୍ରାମ ଅଞ୍ଚଳରେ କିଛି ଅସାଧୁ ଲୋକେ ପାହାଡିଆ ଏବଂ ଉପାନ୍ତ ଅଞ୍ଚଳରେ ଲୁଚିଛପି ପୋଚ ଓ ବେଆଇନ ଦେଶୀ ମଦ ରନ୍ଧା ଯାଉଥିବା ସ୍ଥାନ ଗୁଡିକରେ ଅବକାରି ବିଭାଗ ଟିମ୍ ଚଢାଉକରି ବିପୁଳ ପରିମାଣରେ ପୋଚକୁ ନଷ୍ଟ କରିବା ସହ ମଦ ଜବତ କରାଯାଇଥିବା କାଶୀପୁର ଅବକାରୀ ବିଭାଗର ଇନଚାର୍ଜ ଦାଇତ୍ବରେ ଥିବା ସୂର୍ୟ୍ୟନାରାୟଣ ରଥ ସୂଚନା ଦେଇଛନ୍ତି। ରାୟଗଡା ଅବକାରି ଅଧିକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଦେଇଛନ୍ତି ଅବକାରି ବିଭାଗର ଇନଚାର୍ଜ ଦାଇତ୍ବରେ ଥିବା ସୂର୍ୟ୍ୟନାରାୟଣ ରଥ,ମୋବାଇଲ ଇନ୍ସପେକ୍ଟର ଭୟରବ କୁମେର ଗନ୍ତାୟତଙ୍କ ସହ ଅବକାରି ବିଭାଗ ଟିମ ସାମିଲ ହୋଇ ଏହି ଚଢାଉ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.